ତିରିଂରେ ବିଜେପିର ମହାମିଶ୍ରଣ ପର୍ବ ରେ ପଦ୍ମ ଧରିଲେ ବିଜେଡି ଯୁବ ନେତା ଜଲେନ ନାଏକ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସୋମବାର ଦିନ ଅପରାହ୍ନ ୪.୧୫ ଘଟିକାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଓଡ଼ିଶା ସିମାନ୍ତ ତିରିଂ ଵ୍ଳକର ବଡ଼ ଡାଳିମା ପଞ୍ଚାୟତ ମାଙ୍କିଡିଡିହି ରେ ବିଜେପିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଯୋଗ ଦେଇଥିଲେ । ତାଙ୍କ ସହିତ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ମୟୂରଭଞ୍ଜ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ,ରାଜ୍ଯ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ଝାଡ଼ଖଣ୍ଡ ରାଜ୍ଯ ବରିଷ୍ଠ ବିଜେପି ନେତା ରମେଶ ହାଁସଦା, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ବର୍ଷୀୟାନ ବିଜେପି ନେତା ମନୋରଂଜନ ମହାନ୍ତି, ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ବ୍ଳକ ଉପାଧ୍ୟକ୍ଷା ପୁର୍ଣିମା ବାର୍ଦା, ଜିଲ୍ଲା ଏସଟି ସେଲର ସଂପାଦକ ଫାଗୁରାମ ମାର୍ଣ୍ଡୀ,ମନୋଜ ଦାସ,ବିଜୁ ଗୋପାଲ ଗୋପ,ଗୋପାଲ ବେଶ୍ରା,ମିନତୀ ଵସା,ଇଂ କମଳାକାନ୍ତ ନାଏକ , ପ୍ରମୁଖ ଯୋଗ ଦେଇଥିଲେ ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ନିକଟରେ ଭୁବନେଶ୍ଵର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିଥିବା ତିରିଂ ବ୍ଳକର ଅଧ୍ୟକ୍ଷ ପରମେଶ୍ବର ସାମାଡ,ଉପାଧ୍ଯକ୍ଷା ପୂର୍ଣ୍ଣିମା ଵାର୍ଦା,ବାବୁଲା କଲୁଙ୍ଗିଆ,କମଳ ମଣ୍ଡଳ ,ଆକାଶ ବାନ୍ଦ୍ରା,ବାଲି ହାଁସଦା,ଜୟରାମ ହେମ୍ବ୍ରମ ,ବିଜୟ ନାଗ, ଜଗନ୍ନାଥ ନାଗ,ସୁରେଶ ଓରାମ,ସିଦି କିଆଙ୍ଗିଙ ସମେତ ଅନ୍ୟ ନବାଗତଙ୍କୁ ଅତିଥିଗଣ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ଯୁବ ନେତା ଜଲେନ ନାଏକ ଯିଏକି ଗତମାସ ୨୩ ତାରିଖରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ସେ ଆଜି ତାଙ୍କ ଦଳ ବଳ ସହ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଜଲେନ ନାୟକଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଛା ଜଣାଇଥିଲେ। ଯୁବ ତୁଙ୍ଗ ନେତା ଜଲେନ ନାଏକ ୨୦୦୭ ରେ ବିଜେପି ତରଫରୁ ଜିଲ୍ଲା ପରିଷଦ ଏବଂ ୨୦୧୨ ରେ ବିଜେଡି ତରଫରୁ ତିରିଂ ଵ୍ଳକର ଜୋନରୁ ଜିଲ୍ଲା ପରିଷଦ ସଦସ୍ୟଭାଵେ ନିର୍ବାଚିତ ହୋଇଥିଲେ ।ନିକଟରେ ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜଣେ ସଦସ୍ୟ ଥିଲେ ।ଗତ ସାଧାରଣ ନିର୍ବାଚନରେ ଦୁଇ ଦୁଇଥର ବିଜେଡ଼ିର ବିଧାୟକ ପ୍ରାର୍ଥୀତ୍ବରୁ ବଂଚିତ ହୋଇଥିଲେ ।ଗତ ସେପ୍ଟେମ୍ବର ୨୩ ତାରିଖରେ ବିଜେଡି ତରଫରୁ ସେ ବହିଷ୍କୃତ ହୋଇଥିଲେ । ସେହିଭଳି ରାଇରଙ୍ଗପୁର ସେପ୍ଟେମ୍ବର ୩୦ ରେ ପୌରାଞ୍ଚଳର ଜଣେ ସେବା ନିବୃତ ଲୋକପ୍ରିୟ, ଛାତ୍ର ଵତ୍ସଳ,ଶିକ୍ଷକ ତଥା ପ୍ରମେୟ ସାମ୍ବାଦିକ ସୁରଥ ପଟନାୟକ ଆଜି ବିଜେପିର ଯୋଗଦାନ ସହ ରାଇରଙ୍ଗପୁର ପୌରାଞ୍ଚଳର ନଗର ସଭାପତି ଭାବେ ଦଳ ତରଫରୁ ମନୋନୀତ ହୋଇଥିଲେ । ତାଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


