ବ୍ରହ୍ମପୁରରେ ଜୁଆ ଆଡ୍ଡା ଚଢାଉ
(ଯୁଗାବ୍ଦ ନ୍ୟୁଜ) ଗତକାଲି ବ୍ରହ୍ମପୁର ସ୍ଥିତ ଭାମାରାଓ ପେଟା ସହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ନପୁର ଟାଉନ ଥାନା ପୋଲିସ । ଏହି ଜୁଆ ଆଡ୍ଡାରୁ ୧୫ ଜଣକୁ ଗିରଫ କରାଯିବା ସହ ୧୦୪ ପଟ ତାସ୍, ପ୍ଲାଷ୍ଟିକ୍ ମସିଣା, ୧୬ଟି ମୋବାଇଲ୍ ଫୋନ୍, ୫ଟି ମଟରସାଇକେଲ୍ ଜବତ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସଡିପିଓ କହିଛନ୍ତି।


