ତେଜ୍ ଦିମାଗ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀଙ୍କ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ତେଜ୍ ଦିମାଗ ଶିକ୍ଷାନୁଷ୍ଠାନର ଏକ ଆଲୋଚନା ଚକ୍ର ଗୁରୁବାର ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ କିରଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନପିଏଲ ପ୍ରଶିକ୍ଷକ କପିଲ ଶର୍ମା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭାରତୀ ଅଣସରକାରୀ ସଂଗଠନ, ଅଗ୍ରାର ସମ୍ପାଦକ ସୌରଭ ସିହ୍ନା, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ସାହୁ ଓ ନିର୍ଦ୍ଦେଶକ କିରଣ କୁମାର ପୃଷ୍ଟି ପ୍ରମୁଖ ମଞ୍ଚାସିନ ଥିଲେ । ଜୀବନର ଜଟିଳ ପରିସ୍ଥିତିରୁ ନିଜକୁ ମୁକ୍ତ କରି କିପରି ସଫଳ ଓ ସରଳତମ ଜୀବନଚର୍ଯ୍ୟାକୁ ଅନୁସରଣ କରି ଚେତନା ଓ ଅବଚେତନାର ଦ୍ୱନ୍ଦ ଭିତରେ ନିଜକୁ ଦୃୃଢ କରି ଆଗେଇ ଯିବାକୁ ହେବ ସେ ନେଇ ମତବ୍ୟକ୍ତ କରିଥିଲେ । ଜୀବନର ମୁଲ୍ୟବୋଧକୁ ପରଖି ନେବା ପାଇଁ ଆବଶ୍ୟକତା ରହିଥିବା ବିଭିନ୍ନ ତଥ୍ୟ ସର୍ମ୍ପକରେ ଅତିଥଇ ବୃନ୍ଦ କହିଥିଲେ । ଶୈକ୍ଷିକ କ୍ଷେତ୍ରରେ ଏବଂ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭା କ୍ଷେତ୍ରରେ ନବପରିବର୍ତ୍ତନର ସୂତ୍ରପାତ କରି ଅଭୁତପୂର୍ବ ରୂପାନ୍ତରଣ ପ୍ରକ୍ରିୟା ଆଣିପାରିଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅତିଥି ବୃନ୍ଦ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଜାତୀୟ ସ୍ତରରେ ଆବାକାସ ଚମ୍ପିୟାନସିପରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ୧୬ ଜଣ ଶିକ୍ଷାର୍ଥୀଙ୍କୁ ଅତିଥି ମାନଙ୍କ ଦ୍ୱାର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥି ସହ ୨୦୨୪ ଶିକ୍ଷାବର୍ଷରେ ୧୦ମ ଶ୍ରେଣୀ ପରୀକ୍ଷାରେ ହିଞ୍ଜିଳିକାଟୁ ବ୍ଳକ ଟପ୍ପର ଆଖ୍ୟା ଅର୍ଜନ କରିଥିବା ସ୍ନେହାରାଣୀ ଗୌଡ ଓ ରଶ୍ମିନ ସାବତଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଚିନ୍ମୟ ପୋଲାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଧ୍ୟକ୍ଷ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ