ତ୍ରିନାଥ ମେଳାର ୬୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ବୃକ୍ଷ ପୂଜା କାହିଁ କେତେ କାଳରୁ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ରହି ଆସିଛି। ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରେ ରହିଥିବା ବଟ ବୃକ୍ଷ ମୂଳରେ କାହିଁ କେତେ ବର୍ଷ ହେଲା ତ୍ରିନାଥ ମେଳା ଅନୁଷ୍ଠିତ ହୋଇଆସୁଛି। ତେବେ କାଲି ସଂଧ୍ୟା ରେ ଭକ୍ତ ମାନଙ୍କ ଦ୍ୱାରା ତ୍ରିନାଥ ମେଳା ର ୬୩ ତମ ବାର୍ଷିକ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ ନବଘନ ସାହୁ କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ଦେବୀ ପ୍ରସାଦ ତ୍ରୀପାଠୀ ଓ ସନ୍ତୋଷ ଦାଶ କାର୍ଯ୍ୟ କରିଥିଲେ। ସୁର ଭୋଇ,ଗଗନ ଭୋଇ, ବିଷ୍ଣୁ ତ୍ରିପାଠୀ, ପୂର୍ଣ୍ଣ ଭୋଇ, ନୃସିଂହ ତ୍ରିପାଠୀ ,ବେଣୁଧର ଭୋଇ ପ୍ରମୁଖ ବାର୍ଷିକ ଉତ୍ସବ କୁ ପରିଚାଳନା କରିଥିବାବେଳେ ମନୋଜ ଦାଶ, ଦେଶବନ୍ଧୁ ସ୍ଵାଇଁ ପ୍ରମୁଖ ଙ୍କ ନେତୃତ୍ଵ ରେ ଭଜନ ,ଜଣାଣ ,କୀର୍ତ୍ତନ କରାଯିବା ସହିତ ସମସ୍ତ ଭକ୍ତ ଚୁଡ଼ାଘସା ଓ କଦଳୀ ଶିରିଣୀ ଭୋଗ ସେବନ କରିଥିଲେ। ବାର୍ଷିକ ଉତ୍ସବ ପାଇଁ ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା ।


