ତୁଳସୀପୁର ଲକ୍ଷ୍ମୀବଜାର ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ଲକ୍ଷ୍ମୀବଜାର ଠାରେ ୩୦ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ରବିବାର ସଂଧ୍ୟାରେ ନିକଟସ୍ଥ ମେଳାଖାଲ ଠାରୁ ପାରମ୍ପରିକ ପ୍ରଥାନୁସାରେ ପାଣିତୋଳା କାର୍ଯ୍ୟ ଶେଷ ହେବା ପରେ ପଣ୍ଡିତ ସୁପ୍ରଭାନୁ ମିଶ୍ର ଓ ଅନ୍ତର୍ଯ୍ୟାମୀ କର ଙ୍କ ଦ୍ୱାରା ମା ଙ୍କ ପୂଜା ନୀତି ଅନୁଷ୍ଠିତ ହୋଇ ଥିଲା । କର୍ତ୍ତା ଭାବେ ବ୍ୟବସାୟୀ ଗଜାନନ ତ୍ରିପାଠୀ କାର୍ଯ୍ୟ କରି ଥିବାବେଳେ ବ୍ୟବସାୟୀ ସଙ୍ଘ ସଭାପତି ରଜନୀ କାନ୍ତ ତ୍ରିପାଠୀ , ସଂପାଦକ ପ୍ରଫୁଲ୍ଲ କୁମାର କର, ହୃଦାନନ୍ଦ କର, ବାବୁନି ସାହୁ, ଭବାନୀ ଶଙ୍କର ଦାଶ ପ୍ରମୁଖ ଙ୍କ ତତ୍ୱାବଧାନ ରେ ମା ଙ୍କ ଦୈନିକ ପୂଜା ନୀତି ଓ ଅନ୍ନ ପ୍ରସାଦ ଭୋଗ ଲାଗି ଅନୁଷ୍ଠିତ ହେଉଛି । ପୂଜା ମଣ୍ଡପ କୁ ସୁନ୍ଦର ତୋରଣ ଓ ରଙ୍ଗୀନ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇ ଥିବାବେଳେ ମଣ୍ଡପ ମା ଙ୍କ ପଛ ପାଶ୍ୱର୍ରେ ସୁନ୍ଦର ମେଢ଼ ଲଗାଯାଇଛି। ଆସନ୍ତା ୧୫ ତାରିଖ ଦିନ ମା ଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।


