ଥାନା ଅଧିକାରୀଙ୍କ ସମେତ କର୍ମଚାରୀ ନେଲେ କରୋନା ଟିକା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ, ତହସିଲ ଓ ମେଡିକାଲ ପରେ ଆଜି ଥାନା କର୍ମଚାରୀଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଥାନାରେ ପହଞ୍ଚି କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ଅଧିକାରୀଙ୍କ ସମେତ ୬୮ଜଣ କର୍ମଚାରୀଙ୍କୁ କରୋନା ଟିକା ପ୍ରଦାନ କରିଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ସହକାରୀ ଅଧିକାରୀ ଅନୁରାଗ ମହାନ୍ତି, ବିଜୟ ନାୟକ ପ୍ରମୁଖ ପ୍ରଥମେ କରୋନା ଟିକା ଗ୍ରହଣ କରିଥିଲେ । ଏହାପରେ କନେଷ୍ଟବଳ, ହାବିଲଦାର, ଗ୍ରାମରକ୍ଷୀ ପ୍ରମୁଖ କର୍ମଚାରୀଙ୍କୁ କରୋନା ଟିକା ପ୍ରଦାନ କରାଯାଇଥିଲା । କରୋନା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିଗରେ ଥାନାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଆଜି ସମସ୍ତେ ସାଧୁବାଦ ଜଣାଇଥିଲେ ।


