ବ୍ୟାପକ ପରିମାଣରେ ମଦ ଜବତ ୬ଗିରଫ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ମଦ ଜବତ କରାଯାଇ ଥିବାବେଳେ ଏନେଇ ୬ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଭଦ୍ରକ ସମେତ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ବ୍ଲକର ମୋବାରକପୁର, ତୋଡଙ୍ଗା, ଜଳମଣ୍ଡୁଆ ପ୍ରମୁଖ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୨୦୦ଲିଟର ଦେଶୀ ମଦ ଜବତ କରାଯାଇଥିଲା । ଏହା ସହିତ ବେଆଇନ ବିକ୍ରୟ ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଚଢାଉରେ ଅବକାରୀ ବିଭାଗର ଏସଆଇ ଜଗନ୍ନାଥ ମିଶ୍ର, ଏଏସଆଇ ଦୀପକ ରାଉତ, ପୁରୁଷୋତ୍ତମ ମଲ୍ଲିକ, ସୁବାଶିଷ ରାଉତ, ମୁରଲୀ ପ୍ରଧାନ, ସନ୍ଧ୍ୟାରାଣୀ ସେନାପତି, ମିଥୁନ ଜେନା ପ୍ରମୁଖ ସାମିଲ ହୋଇଥିଲେ ।


