ଦଳୀୟ ସଂଗଠନକୁ ମଜବୁତ କରିବା ସହ କର୍ମୀଙ୍କୁ ଏକଜୁଟ କରିବାକୁ ପଡିବ : ରାଜ୍ୟ ବିଜେପି ସଭାପତି 

କନ୍ଧମାଳ,.(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ I ଏଣେ ହାତରେ ଆଉ କମ ସମୟ ରହିଲା। ଏବେ ଠାରୁ ତୃଣମୂଳ ସ୍ତରରେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରି ଦଳୀୟ ସଂଗଠନକୁ ମଜବୁତ କରିବା ସହ କର୍ମୀମାନଙ୍କୁ ଏକଜୁଟ  କରି କାମରେ ଲଗାଅ ବୋଲି ଦିନିକିଆ କନ୍ଧମାଳ ଗସ୍ତରେ ଆସି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦଳୀୟ କର୍ମକର୍ତ୍ତ।,ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଯେପରି ଭଲ ପ୍ରଦର୍ଶନ କରି କ୍ଷମତାରେ ରହିବ ସେଥିପ୍ରତି ଦୃଷ୍ଟିଦେବା ଲାଗି ବିଜେପି ପକ୍ଷରୁ ଫୁଲବାଣୀ ସ୍ଥିତ ଶକୁନ୍ତଳା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବିଜେପି ନଗର କର୍ମକର୍ତ୍ତା ଓ କର୍ମୀମାନଙ୍କ ସହ ବୈଠକରେ ଯୋଗଦେଇ ରାଜ୍ୟସଭାପତି ସମୀର ମହାନ୍ତି କହିଥିଲେ । ଏହି ବୈଠକରେ ଜିଲା ସଭାପତି ଜଗନ୍ନାଥ ସାହୁ, ପୁବର୍ତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା , ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ, ଆଇନଜୀବୀ ରମେଶ ମହାନ୍ତି, ଭଗବାନ ମହାନ୍ତି, ତପନ ପାଢୀ, ରାଜ୍ୟ ବିଜେପି କାର୍ଯ୍ୟକାରୀ ସଭ୍ୟ ଦେବ ନାରାୟଣ ପ୍ରଧାନ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ମହିଳା ନେତ୍ରୀ ଅର୍ଚନା ପ୍ରଧାନ ଙ୍କ ସମେତ ବହୁ କର୍ମ କର୍ତ୍ତାମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ। ପରେ ପରେ  ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କନ୍ଧମାଳ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ରାଜ୍ୟ ବିଜେପି ସଭାପତି ଶ୍ରୀମହାନ୍ତି ଟିକାବାଲି ଦେଇ ଚକାପାଦ ଯାଇଥିଲେ । ଟିକାବାଲି ଠାରେ ରାଜ୍ୟ ସଭାପତି ଶ୍ରୀମହାନ୍ତିଙ୍କୁ ବିଜେପି ନେତା ରାମ ବିଶି ଡ଼ିଗଲ ଙ୍କ ନେତୃତ୍ଵରେ ଦଳୀୟ କର୍ମୀମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଚକାପାଦରେ ବହୁସଂଖ୍ୟାରେ ଦଳୀୟ କର୍ମୀମାନେ ରାଲୀ କରିବା ସହ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଖଜୁରୀପଡ଼ାର ଚାରିପଡ଼ାଯାଇ ପଦ୍ମଶ୍ରୀ ତାଡିଶରୁ ବାବାଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରି ଭୁବନେଶ୍ଵର ଫେରିଥିଲେ  ।ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବିଜେପି ନେତା କାଳିନ୍ଦୀ ସାମଲ, ବିଜେପି ଯୁବ ମୋର୍ଚା ସାଧାରଣ ସମ୍ପାଦକ ଓଁମ ପ୍ରକାଶ ମିଶ୍ର ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଆସିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ