ହିଂଜିଳିକାଟୁ ପୌର ନିର୍ବାଚନ ବିଜେଡି ଆଗୁଆ : ପଛରେ ବିଜେପି ଓ କଂଗ୍ରେସ

ହିଂଜିଳିକାଟୁ, (ଶେଷଦେବସାହୁ): ଚଳିତମାସ ୨୪ ତାରିଖରେ ରାଜ୍ୟର ୧୦୬ ପୌରସଂସ୍ତା ଓ ୩ଟି ମହାନଗର ନିଗରେ ନିର୍ବାଚନ ଅନୁଷ୍ଠିତହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ଏକମାତ୍ର ପୌର ପରିଷଦ ହିଂଜିଳିକାଟୁରେ ପୌର ନିର୍ବାଚନ ସକାଶେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ବିଜ୍ଞପ୍ତି ଅନୁସାରେ ୨ ତାରିଖଠାରୁ ୭ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ ହୋଇଥିବାବେଳେ ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଛି । ଯାଂଚ ପ୍ରକ୍ରିୟାରେ ଅଧ୍ୟକ୍ଷ ପଦବୀ ସକାଶେ ୮ଜଣ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ୨୧ଟି ୱାର୍ଡ ସକାଶେ ୫୭ ଜଣ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବିଜେଡି, ବିଜେପି ଓ କଂଗ୍ରେସରୁ ଜଣେ ଲେଖାଏଁ ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାକରୁଥିବାବେଳେ ୫ ଜଣ ସ୍ୱାଧିନ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀସକାଶେ ନିର୍ବାଚନ ମଇଦାନରେ ରହିଛନ୍ତି । ଚଳିତ ଥର ଅଧ୍ୟକ୍ଷ ପଦବୀ ସକାଶେ ସିଧାସଳଖ ନିର୍ବାଚନ ହେବାକୁ ଥିବା ବେଳେ ଭୋଟରଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦେଇଛି । ହିଂଜିଳିକାଟୁ ପୌର ପରିଷଦର ୧ନଂ ୱାର୍ଡ ସକାଶେ ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, ବିଜେପିରୁ୧, କଂଗ୍ରେସରୁ ୧ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ୨ଜଣ ଅବତୀର୍ଣ୍ଣ ହୋଇଛନ୍ତି । ୨ନଂ ୱାର୍ଡ ସକାଶେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, ବିଜେପିରୁ୧ ଓ କଂଗ୍ରେସରୁ ୧ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ୩ନଂ ୱାର୍ଡ ସକାଶେ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁବିଜେଡିରୁ ୧, ଓ କଂଗ୍ରେସରୁ ୧ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ୪ନଂ ୱାର୍ଡ ସକାଶେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, କଂଗ୍ରେସରୁ୧ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ଜଣେ ଅବତୀର୍ଣ୍ଣ ହୋଇଛନ୍ତି । ୫ନଂ ୱାର୍ଡ ସକାଶେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, କଂଗ୍ରେସରୁ୧ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ଜଣେ ଅବତୀର୍ଣ୍ଣ ହୋଇଛନ୍ତି । ୬ନଂ ୱାର୍ଡ ସକାଶେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, ବିଜେପିରୁ୧, କଂଗ୍ରେସରୁ ୧ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ୭ ଓ ୮ନଂ ୱାର୍ଡରେ ବିଜେଡି ରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲକରି ନିଦ୍ୱର୍ନ୍ଦ ରହିଥିବା ସୂଚନା ମିଳିଛି । ୯ନଂ ୱାର୍ଡ ସକାଶେ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, ଓ କଂଗ୍ରେସରୁ ଜଣେ ଅବତୀର୍ଣ୍ଣ ହୋଇଛନ୍ତି । ୧୦ନଂ ୱାର୍ଡ ସକାଶେ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧ ଓ ବିଜେପିରୁ୧ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ୧୧ନଂ ୱାର୍ଡ ସକାଶେ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, ବିଜେପିରୁ୧ଓ ସ୍ୱାଧିନ ପ୍ରାର୍ଥୀଭାବେ ୨ଜଣ ଅବତୀର୍ଣ୍ଣ ହୋଇଛନ୍ତି । ୧୨ନଂ ୱାର୍ଡସକାଶେ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, ବିଜେପିରୁ୧, ଓ ସ୍ୱାଧିନ ପ୍ରାର୍ଥୀ ଭାବେ ୨ଜଣ ଅବତୀର୍ଣ୍ଣ ହୋଇଛନ୍ତି । ୧୩ନଂ ୱାର୍ଡ ସକାଶେ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧ ଓ ସ୍ୱାଧିନ ପ୍ରାର୍ଥା ଜଣେ ଅବତୀର୍ଣ୍ଣ ହୋଇଛନ୍ତି । ୧୪ ନଂ ୱାର୍ଡସକାଶେ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ଓ ସ୍ୱାଧିନ ପ୍ରାର୍ଥୀ ଭାବେ ଜଣେ ଲେଖାଏଁ ନାମାଙ୍କନ ଦାଖଲକରିଛନ୍ତି । ୧୫ ନଂ ୱାର୍ଡ ସକାଶେ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ୧, ବିଜେପିରୁ୧ ଓ ସ୍ୱାଧିନ ପ୍ରାର୍ଥୀଭାବେ ୩ଜଣ ଅବତୀର୍ଣ୍ଣ ହୋଇଛନ୍ତି । ୧୬ ନଂ ୱାର୍ଡସକାଶେ ୨ ଜଣ ପ୍ରାର୍ଥୀବିଜେଡି ଓ ବିଜେପିରୁ ଜଣେ ଳେଖାଏଁ ନାମାଙ୍କନ ଦାଖଲ କରିଛନ୍ତି । ୧୭ ନଂ ୱାର୍ଡସକାଶେ୨ଜଣ ପ୍ରାର୍ଥୀବିଜେଡି ଓ ସ୍ୱାଧିନରୁଜଣେଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି । ୧୮ ନଂ ୱାର୍ଡ ସକାଶେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁବିଜେଡିରୁ ୧ଓ ସ୍ୱାଧିନ ପ୍ରାର୍ଥୀଭାବେ ୨ଜଣ ଅବତୀର୍ଣ୍ଣହୋଇଛନ୍ତି । ୧୯ ନଂ ୱାର୍ଡ ସକାଶେ ଜଣେ ମାତ୍ର ନାମାଙ୍କନ ଦାଖଲକରି ଅପ୍ରତିଦ୍ୱନ୍ଦୀ ରହିଥିବା ସୂଚନା ମିଳିଛି । ୨୦ ନଂ ୱାର୍ଡସକାଶେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ରୁ ଜଣେ ଓ ସ୍ୱାଧିନ ପ୍ରାର୍ଥୀ ଭାବେ୨ଜଣ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ୨୧ନଂ ୱାର୍ଡସ କାଶେ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ଜଣ ପ୍ରାର୍ଥୀ ବିଜେଡ, ବିଜେପି ଓ ସ୍ୱାଧିନରୁ ଜଣେ ଲେଖାଏଁ ନ।।ମଙ୍କନ ଦାଖଲକରିଛନ୍ତି । ବିଜେଡି ଦଳ ପକ୍ଷରୁ ସମସ୍ତ ୨୧ଟି ୱାର୍ଡରେ ପ୍ରାର୍ଥୀଟିକଟ ଦେଇଥିବା ବେଳେ ବିଜେପି ପକ୍ଷରୁମାତ୍ର ୯ଟି ଓ କଂଗ୍ରେସ ପକ୍ଷରୁ କେବଳ ୭ଟି ୱାର୍ଡରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇଛି । ୨୧ଟି ୱାର୍ଡରେ ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଓ ୨୭ଜଣ ପୁରୁଷ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ଜଣାପଡିଛି । ନାମାଙ୍କନ ଯାଂଚ ପରେ ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରରଶେଷ ଦିବସରହିଛି । ଏହି ଅବସରରେ ବିଭିନ୍ନ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚାପ, କୋପ ଓ ଥୋପ ଦେବା ପାଇଁରୀତିମତ ପ୍ରୟାସ ଜାରୀ ରହିଥିବା ଆଭାସମିଳିଛି । ବିଭିନ୍ନ ପ୍ରାର୍ଥୀଙ୍କୁଲୋଭନୀୟ ଅଫର ଓ ଫମ୍ପା ପ୍ରତିଶୃତି ପ୍ରଦାନ କରି ଯେନତେଣ ପ୍ରକାରେ ନିର୍ବାଚନ ବୈତରଣୀପାରହେବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମକରୁଥିବାଚର୍ଚ୍ଚାଜୋର ଧରିଛି । ସାଂମ୍ପ୍ରତିକ ଚାପରୁ ମୁକୁଳିବା ସକାଶେ କିଛି ପ୍ରାର୍ଥୀ ସହରରୁ ଉଭାନ ହୋଇଯାଇଥିବାବେଳେ ପ୍ରତ୍ୟାହାର ଦିବସ ପରେ ସହର ମୁହାଁହେବା ନିଷ୍ପତି ନେଇଥିବା ଜଣାପଡିଛି । ବିଭିନ୍ନ ୱାର୍ଡରେବିଜେଡି ପ୍ରାର୍ଥୀଙ୍କୁ ବିଜେପି ଓ ସ୍ୱାଧିନ ପ୍ରାର୍ଥୀ ମାତ୍ ଦେବା ପାଇଁ ଅଂଟାଭିଡି ଥିବାବେଳେ ଆଉ କେଉଁଠି ବିଜେଡି ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ ସିଧାସଳଖ ମୁକାବିଲା ପାଇଁ ମସୁଧା ଚଳାଇଥିବା ଆଭାସ ମିଳିଛି । ଆଉ କେଉଁ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କୁ ଦୁଇ ଦୁଇ ସ୍ୱାଧିନ ପ୍ରାର୍ଥୀଟ କ୍କର ଦେବା ପାଇଁ ପାଗ ଭିଡୁଥିବା ଦେଖିବାକୁମିଳିଛି । ତଥାପି ବିଜେଡି ବିଭିନ୍ନ ୱାର୍ଡରେ ବିଜୟୀ ହେବାସମ୍ଭାବନା ଆଶାରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ