ଦିଗପହଣ୍ଡି ପାରା ବନ କର୍ମଚାରୀ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସରକାର ଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ୭୪ ତମ ବନ ମହୋତ୍ସବ ପାଳନ ଅବସରରେ ଶୁକ୍ରବାର ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମର ତଥା ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡ଼ା ସେକ୍ସନରେ କାର୍ଯ୍ୟରତ ପାରା ବନ କର୍ମଚାରୀ ସଂଗ୍ରାମ ସିଂ ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି । ଛତ୍ରପୁର ନିକଟ ସିନ୍ଧଳା ସେଣ୍ଟ୍ରାଲ ନର୍ସରୀ ଠାରେ ବନ ବିଭାଗ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପାରା ବନ କର୍ମଚାରୀ ଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ଥିବାରୁ ବନ ବିଭାଗ ଏବଂ ଜିଲା ପ୍ରଶାସନିକ ଅଧିକାରୀ ବୃନ୍ଦ ଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ସହ ୧୦ ହଜାର ଟଙ୍କା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପାରା ବନ କର୍ମଚାରୀ ସଂଗ୍ରାମଙ୍କୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛା ମିଳିଥିବା ଜଣାପଡିଛି ।


