ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଡ଼ିଓ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ମେଗା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରାଯାଇଛି । ପୂର୍ବତନ ସରପଞ୍ଚ ଉମାକାନ୍ତ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ଦିଗପହଣ୍ଡି ବିଡିଓ ଡ . ଚିତ୍ତରଞ୍ଜନ ଦାସ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ନିମନ୍ତେ ଶୁଭ ଦେଇଥିଲେ । ମେଗା ପ୍ରକଳ୍ପ ର କାର୍ଯ୍ୟକର୍ତ୍ତା ଗଜାନନ ଉପାଧ୍ୟାୟ , ଗଣେଶ ୱର୍ଡପେଣ୍ଡି , ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ଆଚାର୍ଯ୍ୟ , ଗ୍ରାମ ରୋଜଗାର ସେବକ କିଶୋର ଚନ୍ଦ୍ର ଗୈାଡ , ସରପଞ୍ଚ ଗିତାଞ୍ଜଳୀ ବେହେରା , ସମିତି ସଭ୍ୟା ତମାଳ ନାୟକ , ବମକୋଇ ସରପଞ୍ଚ ତପନ ପ୍ରଧାନ , ପୂର୍ବତନ ସମିତି ସଭ୍ୟ ସମୀର ବିଷୋୟୀ , ଗ୍ରାମ୍ୟ କମିଟି ସଭାପତି କାଳୁ ଜେନା , ମୋହନ ରାଉତ , ଲୋକନାଥ ଜେନା , ନାଏବ ସରପଞ୍ଚ ରାଜେନ୍ଦ୍ର ଗୈାଡ , ସନ୍ତୋଷ ବିଷୋୟୀ , କୈଳାସ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟ ର ଦୂରୀକରଣ ସାଙ୍ଗକୁ ଲୋକମାନେ କିପରି ଘରେ ଘରେ ପାନୀୟ ଜଳର ସୁବିଧା ପାଇପାରିବେ ତାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କୁ ମଞ୍ଜୁର କରିଛନ୍ତି । ୩୮୮ କୋଟି ବ୍ୟୟ ଅଟକଳ ରେ ବାଘଲଟି ଜଳସେଚନ ପ୍ରକଳ୍ପ ଓ ଘୋଡାହଡ ଜଳସେଚନ ପ୍ରକଳ୍ପରୁ ପାତ୍ରପୁର , ଚିକିଟି , ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ୬୩ ଟି ପଞ୍ଚାୟତ ଅଧିନ ଗ୍ରାମ ମାନଙ୍କୁ ଏହି ମେଗା ପ୍ରକଳ୍ପ ଦ୍ବାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜଣାପଡିଛି।


