ଗୋକର୍ଣ୍ଣପୁର ସେବା ସମବାୟ ସମିତିର ସଭାପତି ନିର୍ଦ୍ୱନ୍ଦରେ ନିର୍ବାଚିତ
ଦିଗପହଣ୍ଡି, (ସମ୍ଭବ ତ୍ରିପାଠୀ) :-ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ସେବା ସମବାୟ ସମିତିର ସଭାପତି ରୁପେ ବରିଷ୍ଠ ସମବାୟବିତ ତଥା ବିଜେଡି ନେତା ଶ୍ରୀ ପ୍ରତାପ କୁମାର ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି I ଏକ ମାତ୍ର ପ୍ରାଥି ରୂପେ ଶ୍ରୀ ସାହୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ I ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ପ୍ରାଥି ପତ୍ର ଦାଖଲ ନକରିବାରୁ ,ନିର୍ବାଚନ ଅଧିକାରୀ ଶ୍ରୀ ସାହୁଙ୍କୁ ସଭାପତି ଘୋଷଣା କରିଥିଲେ I ସମବାୟ ମାଧ୍ୟମରେ କୃଷିର ଉନ୍ନତି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କଲ୍ୟାଣକାରୀ ଯୋଜନାର ସୁଫଳ ଚାଷୀ ସମାଜ ନିକଟରେ ପହଁଚିବା ଦିଗରେ ଦୃଷ୍ଟି ଦେବେ ବୋଲି ନୂତନ ସଭାପତି ଶ୍ରୀ ସାହୁ କହିଛନ୍ତି I ଆଜିର ଏହି ସମବାୟ ନିର୍ବାଚନରେ ଗୋକର୍ଣ୍ଣପୁର ସମବାୟ ସମିତିର ଡାଇରେକ୍ଟର ଭାବରେ ଶ୍ରୀ ଧୀରେନ୍ଦ୍ର ଦୋରା, ବି ରୋହିତେଶ୍ୱର, ଏନ ବାଲାଜି ରେଡି, ଏଚ ସୁଦାମ ରେଡି, ସନ୍ଧ୍ୟା ରାଣୀ ଦାସ,ଜି ହରପ୍ରିୟା, ପି ଅଭି, ବି ଶତ୍ରୁଘନ, ନୀଳ ମାଧବ ପଟନାୟକ, ଡି ସୀମାଞ୍ଚଳ, ବି ଧନୁ, ଜି ଲକ୍ଷ୍ମୀ, ବିପ୍ରଚରଣ ଦାସ ପ୍ରମୁଖ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି I ଏହି ସଫଳତା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ଡ଼ଃ ସୁର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ବିପ୍ଳବ ପାତ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପ ସଭାପତି ଶ୍ରୀ ଏମ୍ ନିରଞ୍ଜନ ରେଡି,ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ପ୍ରତିନିଧି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ, ଗୋକର୍ଣ୍ଣ ପୁର ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ତୋଷ ଦୋରା ଓ ଦଲୀୟ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I


