ଆରଏସିପି ନିମନ୍ତେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକଙ୍କ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥଲା । ଉକ୍ତ ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଦେବରାଜ ଜେନା ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସିଟି ଶିକ୍ଷକ ସଂଘର ପୂର୍ବତନ ସବାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସିଟି ଶିକ୍ଷକ ୪୨୦୦ ଗ୍ରେଡପେ ଲାଭ କରିବା ନିମନ୍ତେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ ପରେ ଏହାକୁ ବ୍ଲକ ଓ ଜିଲ୍ଲାସ୍ତରରେ ତୁରନ୍ତ ଲାଗୁ କରିବା ନିମନ୍ତେ ବ୍ଲକ ଓ ଜିଲ୍ଲା ଗ୍ରେପେ ସ୍କିନିଂ କମିଟି କରି ୪୨୦୦ ଗ୍ରେଡ ପେ ପ୍ରଦାନ କରିଛନ୍ତି । ତାହା ନିୟମାନୁଯାୟୀ ଠିକ ବୋଲି ସଟି ଶିକ୍ଷକ ସପକ୍ଷରେ ରାୟ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଦ୍ୱରା ଦାଖଲ ରିଟପିଟିସନକୁ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରଦ୍ଦ କରିବା ବା ନାକଟ କରିଛନ୍ତି । ଜିଲ୍ଲାରେ ଓ ରାଜ୍ୟରେ ଚାଲିଥିବା ପଦନ୍ନତି ନିମନ୍ତେ ଗ୍ରେଡପେ ଗୁଡିକ ସଠିକ ଓ ନିର୍ଭୁଲରୂପେ କରିବା ନିମନ୍ତେ ସଂଘ ତରଫରୁ ଆଲୋଚନା କରାଯିବ । ରାଜ୍ୟ ସଭାପତିଙ୍କ ଅଭିଭାଷଣରେ ଶନିବାର ସକାଳ ୬.୩୦ରୁ ୧୧.୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ରାଜ୍ୟ ନିର୍ଦ୍ଦେଶାଲ୍ୟରୁ ସମସ୍ତ ଡିଇଓ, ବିଇଓମାନଙ୍କୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଜଣାଇ ଦିଆଯାଇଛି । ଉକ୍ତ ବୈଠକ ଅବସରରେ ଗୁମ୍ମା ବ୍ଲକ ଅନ୍ତର୍ଗତ ଆମ୍ବାଝରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଅବସର ପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା କରାଯାଇଥଇଲା । ପରିଶେଷରେ ଶିକ୍ଷକନେତା ଏମ୍. ରବି କୁମାର, ଏସ୍.ଡିଲ୍ଲେଶ୍ୱର ରାଓ ଏବଂ ଏସ୍.ତିରୁପତି ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଉପସ୍ଥିତ ରହିଥିଲେ ।


