ଦିଗପହଣ୍ଡି ବ୍ଳକ ବିଜେଡି ସଭାପତି ହେଲେ ବିଭୁତି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବିଜୁଜନତା ଦଳର ନୂତନ ସଭାପତି ଭାବେ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ରଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ବିଜେଡ଼ି ଗଞ୍ଜାମ ଜିଲା ସଭାପତି ଡ଼ଃ . ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକଙ୍କ ଦ୍ବାରା ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଙ୍କ ସମେତ ସମିତି ସଭ୍ୟ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ବୃନ୍ଦ ନବ ନିଯୁକ୍ତ ବିଜେଡ଼ି ବ୍ଲକ ସଭାପତି ବିଭୂତି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭୂତିଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଉପାଧ୍ୟକ୍ଷ ପ୍ରତିନିଧି ତଥା ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଏମ୍ . ନୀରଞ୍ଜନ ରେଡ୍ଡୀ , ବ୍ଳକ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ବ୍ଳକ ବିଜେଡି ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ , ପ୍ରାକ୍ତନ ସଭାପତି ଉଦୟନାଥ ସ୍ବାଇଁ , ଜିଲ୍ଲା ବିଜେଡ଼ି ଉପସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ନବନିଯୁକ୍ତ ବିଜେଡ଼ି ବ୍ଲକ ସଭାପତି ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର , ଜିଲ୍ଲା ବିଜେଡ଼ି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ , ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ।


