ସାନଖେମୁଣ୍ଡି  ବିଦ୍ୟାଳୟ ଛାତ୍ରୀ ଛାତ୍ରଙ୍କ ସହ ଆଲୋଚନା କଲେ  ୫ଟି ସଚିବ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଛାତ୍ରୀ ଛାତ୍ର ଙ୍କ ଭବିଷ୍ୟତ ଗଢ଼ିବା ଓ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ଯୋଜନାରେ ୫ – ଟି ବିଭାଗ ଅନ୍ତର୍ଗତ ସରକାରୀ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଶୁକ୍ରବାର  ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ହାଇସ୍କୁଲ ରୂପାନ୍ତରିତ ନେଇ ୫ – ଟି  ସଚିବ ଭି .କାର୍ତ୍ତୀକେୟନ ପାଣ୍ଡିଆନ ଭିଡିଓ କନଫରେନ୍ସ ଜରିଆରେ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ,  ଛାତ୍ରୀ ଛାତ୍ର ଏବଂ ସ୍ଥାନୀୟ ସରପଞ୍ଚଙ୍କ ଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଡିଓ ହଳଧର ଶବର ସଂଯୋଜନା କରିଥିଲେ।  ବ୍ଳକ ଅଧିନସ୍ଥ ୧୨ ଟି ବିଦ୍ୟାଳୟ କୁ ଏହି ଯୋଜନାରେ ସାମିଲ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୩  ଟି ବିଦ୍ୟାଳୟକୁ ସାମିଲ କରାଯାଇଥିଲା । ୨ ୟ ପର୍ଯ୍ୟାୟ ରେ ଆଉ ୯ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସରକାରୀ  ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମି ବିକାଶ କୁ ଅଧିକା ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠ ପଢୁଥିବା ଛାତ୍ରୀ ଛାତ୍ର ଙ୍କ  ନିମନ୍ତେ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ଉନ୍ନତ ଏବଂ ଗୁଣାତ୍ମକ ଶିକ୍ଷାଦାନ କରିବା ଓ ଉପଯୁକ୍ତ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଭାଗିତା ଆଧାରରେ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟକୁ ଗ୍ରହଣ କରିଥିବା ବେଳେ ଜିଲ୍ଲାପାଳ ଏହାର ନୋଡାଲ ଅଧିକାରୀ ଭାବ ସମୀକ୍ଷା କରି ଆସୁଛନ୍ତି । ଏହି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ଆଧାରରେ ସ୍ମାର୍ଟ କ୍ଲାସ ରୁମ୍ , ଇ – ଲାଇବ୍ରେରୀ , ରିଡିଙ୍ଗ ରୁମ୍ , ମଡର୍ଣ୍ଣ ସାଇନ୍ସ ଲାବୋରଟୋରୀ , ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ପରିଶ୍ରାଗାର ଏବଂ ଉନ୍ନତମାନର ଖେଳପଡିଆ ଓ କ୍ରୀଡା ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି । ୫ ଟି ସଚିବ ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ହାଇସ୍କୁଲ ଛାତ୍ର ଓମକାର ନାୟକ , ପତାଣ୍ଡ ଗ୍ରାମ ହାଇସ୍କୁଲ ର ଛାତ୍ରୀ ଏସ୍ . ପ୍ରିୟଙ୍କା ଦୋରା , ଗୋକର୍ଣ୍ଣପୁର ହାଇସ୍କୁଲ ର ଛାତ୍ର ଟି . ଲିପନ ଦୋରା , କରପଡା ହାଇସ୍କୁଲ ର ଛାତ୍ରୀ ଜ୍ଯୋର୍ତିମୟୀ ବେହେରା ଓ ପଦ୍ମନାଭପୁୁର ନୋଡାଲ ହାଇସ୍କୁଲ ର ଛାତ୍ରୀ ବି . ଜିଜ୍ଞାସା ରେଡ୍ଡୀ ପ୍ରମୁଖ ଙ୍କ ସହ ଆଲୋଚନା ସମୟରେ କିଛି ପ୍ରଶ୍ନ ପଚାରିଥିଲେ । ଏପରିକି ସେମାନଙ୍କ ଜୀବନର ଲକ୍ଷ୍ୟ କଣ ରଖିଥିବା ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଏବିିଇଓ ରସାନନ୍ଦ ଘଡେ଼ଇ , ବାଳାମାଝୀ ଙ୍କ ସମେତ ସମସ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ , ସରପଞ୍ଚ କ୍ରିଷ୍ଣାରାଓ ସୁବୁଦ୍ଧି , ଏସ୍ . ରୀନା ଦୋରା , ମୀନତି ଦେବୀ , ଉଷାନ୍ତ ସାହୁ , ସରପଞ୍ଚ ପ୍ରତିନିଧି ବିଶ୍ବନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଙ୍କ  ସହ ବିସ୍ତୃତ ଆଲୋଚନା କରିଥିଲେ ।  ସେହିପରି ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ ହଲରେ ବ୍ଳକର ୧୫ ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ ।  ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ବିଡିଓ  ଗାୟତ୍ରୀ ଦତ୍ତ ନାୟକ ଙ୍କ ସମେତ ବିଦ୍ୟାଳୟ ପ୍ରଧାନଶିକ୍ଷକ , ଛାତ୍ରୀ ଛାତ୍ର  ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ