ଦିଗପହଣ୍ଡି ରେ ବିଜେଡ଼ିର ଗଡ ଭୁସୁଡ଼ିଲା : ବାଜିମାତ ମାରିଲା କଂଗ୍ରେସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଦିଗପହଣ୍ଡି ପୈାର ନିର୍ବାଚନ ମତଦାନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ବିଜୟୀ ଆଶାକୁ ନେଇ ଯେଉଁ ଅପେକ୍ଷା ରହିଥିଲା ତାହା ଶନିବାର ପୂର୍ବାହ୍ନରେ ଭୋଟ ଗଣତି ପ୍ରକ୍ରିୟା ଶେଷ ହୋଇଥିଲା । ଏହି ନିର୍ବାଚନକୁ ନେଇ ଦିଗପହଣ୍ଡି ଗଡ଼ରେ ବିଜେଡି ଦଳ ବିଗତ ଦିନରେ ଯେଉଁ କ୍ଷମତା ହାସଲ କରି ପ୍ରାଧାନ୍ୟ ବିସ୍ତାର କରୁଥିଲା ତାହାକୁ ଚଳିତ ବର୍ଷ କଂଗ୍ରେସ ଦଳ ଉଚିତ ଜବାବ ଦେବା ସହ ବିଜେଡି ଦଳର ଆଶାକୁ କ୍ଷୁର୍ଣ୍ଣ କରିଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ନଗରପାଳ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ଭି . ରବିନାରାୟଣ ରାଜୁଙ୍କ ଠାରୁ ୧୪୧୨ ଭୋଟରେ ଅଗ୍ରଣୀ କରି ବିଜୟୀ ହୋଇଛନ୍ତି । ସେହିପରି କାଉନସିଲର ଆସନ ନିମନ୍ତେ ୬ ଗୋଟି କଂଗ୍ରେସ ହାସଲ କରିଥିବା ବେଳେ ବିଜେଡ଼ି ୫ ଗୋଟି ଆସନ ଦାଖଲ କରିଥିଲା । ଦିଗପହଣ୍ଡି ପୈାର ନିର୍ବାଚନ ସକାଶେ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ଗୋଟି ୱାଡ ବିଜେଡି , କଂଗ୍ରେସ , ବିଜେପି , ସିପିଏମ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ସର୍ବମୋଟ ୬ ଜଣ ନଗରପାଳ ପ୍ରାର୍ଥୀ ସମେତ ୩୩ ଜଣ କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗତ ୨୪ ତାରିଖ ଦିନ ୧୪ ଗୋଟି ବୁଥରେ ମତଦାନ ପ୍ରକ୍ରିୟା ହୋଇଥିଲା । ଆଜି ସକାଳୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଗଣତି ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିଭିନ୍ନ ଦଳର କର୍ମୀମାନଙ୍କ ନିଜ ଦଳର ଭୋଟ ଗଣତିକୁ ଫଳାଫଳକୁ ନେଇ ଖୁସିରେ ଚିତ୍କାର କରୁଥିଲେ । ଜନଗହଳିକୁ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଥିଲା । ପ୍ରଥମେ ନଗରପାଳ ଭାବେ ନିର୍ବାଚନ ଲଢିଥିବା ୧୧ ଗୋଟି ସମସ୍ତ ବୁଥର ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ କଂଗ୍ରେସ ଅଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ପଣ୍ଡା ନିର୍ବାଚିତ ହୋଇଥିଲେ। ଦିଗପହଣ୍ଡି ନଗରପାଳ ବିଜୟୀ ହୋଇଥିବା ନେଇ ଦିଗପହଣ୍ଡି ତହସିଲଦାର ତଥା ନିର୍ବାଚନ ଅଧିକାରୀ ସିପକ କୁମାର ପାତ୍ର ସୂଚନା ଦେଇଛନ୍ତି । ଦିଗପହଣ୍ଡି ବ୍ଲକ , ଏବଂ ପୌର ପରିଷଦ ପୂର୍ବରୁ ବିଜେଡି ଏକମାତ୍ର ଦଳ ଶାସନ କରୁଥିବା ବେଳେ ଦଳରେ ବିଶୃଙ୍ଖଳା ଏକଛତ୍ର ଶାସନ ଏକାଧିକବାର ପଦବୀ ରେ ରହିବା ସହ ବାଚସ୍ପତିଙ୍କ ପୁଅ ବିପ୍ଳବ ଦାୟୀତ୍ବ ଗ୍ରହଣ ପରେ ଦଳକୁ ପଛରେ ପକାଇଛି।ଚଳିତ ବର୍ଷ କଂଗ୍ରେସର ବାଜିମାତକୁ ନେଇ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ନବ ନିର୍ବାଚିତ ନଗରପାଳ ଶ୍ରୀ ପଣ୍ଡା ସମେତ ୬ ଟି ୱାର୍ଡର ବିଜୟୀ କାଉନସିଲର ମାନଙ୍କୁ ଦଳପକ୍ଷରୁ ଫୁଲ ମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ନବ ନିର୍ବାଚିତ ନଗରପାଳ ଶ୍ରୀ ପଣ୍ଡା ନିଜ ପ୍ରତିକ୍ରିୟାରେ ଆଗାମୀ ଦିନରେ କଂଗ୍ରେସ ଏଭଳି ପ୍ରୟାସ ଜାରି ରଖିବ ଏବଂ ବିଜେଡି ଦଳକୁ ତାହାର ଉଚିତ ଜବାବ ଦେବ ବୋଲି କହିବା ସହ ଦିଗପହଣ୍ଡି ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସାଧୁବାଦ୍ ଜଣାଇଛନ୍ତି। ଅଞ୍ଚଳ ବାସୀ ଙ୍କ ସମାସ୍ୟା ପାଣି, ରାସ୍ତା , ସ୍ଵାସ୍ଥ୍ୟ ଶିକ୍ଷା ମୌଳିକ ଅଧିକାର ପ୍ରତି ଗୁରୁତ୍ବ ଦେବାକୁ ପ୍ରତିଶୃତି ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ