ଓକିଲ ସଂଘର ସଭାପତି ହେଲେ ପ୍ରଦୀପ : ସମ୍ପାଦକ ହେଲେ ଏଲ. ଗୋପାଳ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଓକିଲ ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି । ସଂଘର ସଭାପତି ଭାବେ ପ୍ରଦୀପ କୁମାର ପାଢୀ ନିର୍ବାଚିତ ହୋଇଥିବା ବେଳେ ସମ୍ପା୍ଦକ ଭାବେ ଏଲ. ଗୋପାଳ ରାଓ, ଉପ ସଭାପତି ଭାବେ ସିମାଂଚଳ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ସମୀର କୁମାର ପାଣିଗ୍ରାହୀ ଓ କାର୍ଯ୍ୟକାରୀ ସଭ୍ୟ ଭାବେ କେ. କମଳ ଲୋଚନ ଦାସ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଲାଇବ୍ରେରୀ ସମ୍ପାଦକ ଭାବେ ଜିତୁନ କୁମାର ପାଢୀ, ସହ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ମହାନ୍ତି ଓ ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱ ଭୂଷଣ ପାଢୀ ନିଦ୍ୱର୍ନ୍ଦ ଭାବେ ନିର୍ବାଚିତ ହୋଇଥିଲେ । ଛତ୍ରପୁର ଓକିଲ ସଂଘର ୧୬୮ ଜଣ ସକ୍ରିୟ ସଭ୍ୟ ରହିଥିବା ବେଳେ ଆଜି ୧୬୧ ଜଣ ମତଦାନ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସି. ଏଚ୍. ସୁର୍ଯ୍ୟ ନାରାୟଣ ରେଡ୍ଡି ଦାୟିତ୍ୱ ତୁଲାଇଥିବା ବେଳେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର କୁମାର ମିଶ୍ର ସହ ଯୋଗ କରିଥିଲେ । ସଂଘର ବିଭିନ୍ନ ପଦପଦବୀ ନିମନ୍ତେ ଗତ ୫ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ବେଳେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।


