ଛତ୍ରପୁର ଏନ୍ଏସିରେ ବିଜେପିର ବାଜିମାତ୍
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ଦଳକୁ ଶକ୍ତ ଧକ୍କା ଲାଗିଛି । ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଛତ୍ରପୁର, ଗଞ୍ଜାମ ଏବଂ ରମ୍ଭା ଏନ୍ଏସିର ଅଧ୍ୟକ୍ଷା ପଦ ବିଜେଡି ହାତରୁ ଚାଲିଯାଇଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର, ରମ୍ଭା ଏନ୍ଏସି ବିଜେପି ଦଖଲ କରିଥିବା ବେଳେ ଗଞ୍ଜାମ ଏନ୍ଏସି ସ୍ୱାଧୀନ ହାତକୁ ପଳାଇଛି । ଫଳରେ ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେଡି ଦଳ ଧରାଶୟା ହେବା ସହ ତିନୋଟି ଏନ୍ଏସିର ଅଧ୍ୟକ୍ଷା ପଦ ମୂଳପୋଛ ହୋଇଛି । ଛତ୍ରପୁର ଏନ୍ଏସିରେ ବିଜେପିର ବାଜିମାତ୍ ହୋଇଥିବା ବେଳେ ଅଧ୍ୟକ୍ଷା ପଦ ହାତେଇଛି । ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନି ଶର୍ମିଷ୍ଠା ପ୍ରଧାନ ବିଜେଡି ପ୍ରାର୍ଥୀନି ଟି.ଲକ୍ଷ୍ମୀଙ୍କ ଠାରୁ ୮୧୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଛତ୍ରପୁର ଏନ୍ଏସିର ୧୪ଟି ୱାର୍ଡରୁ ୧୧ ହଜାର ୬୯୦ ଜଣ ମତଦାନ କରିଥିବା ବେଳେ ଶର୍ମିଷ୍ଠା ୬୦୯୫ ଭୋଟ ପାଇଥିବା ବେଳେ ଟି.ଲକ୍ଷ୍ମୀ ୫୨୭୭ ଭୋଟ ପାଇଛନ୍ତି । ସେହିପରି ଛତ୍ରପୁର ଏନ୍ଏସିର ୧୪ଟି ୱାର୍ଡ ମଧ୍ୟରୁ ୧,୨ ଏବଂ ୧୪ ନମ୍ବର ତିନୋଟି ୱାର୍ଡ ବିଜେପି ଦଖଲ କରିଥିବା ବେଳେ ୩,୪,୫,୭,୮,୯,୧୨ ଓ ୧୩ ନମ୍ବର ୱାର୍ଡ ବିଜେଡି ଏବଂ ୧୦ ନଂ ୱାର୍ଡ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପୂର୍ବରୁ ୬ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନି ମମତା ପାତ୍ର ନିଦ୍ୱନ୍ଦରେ ବିଜୟୀ ହୋଇଥିଲେ । ୧୪ଟି ୱାର୍ଡକୁ ନେଇ ଛତ୍ରପୁର ଏନ୍ଏସି ଗଠିତ । ଚଳିତ ପୌରନିର୍ବାଚନ ଅଧ୍ୟକ୍ଷ ପଦ ପ୍ରତ୍ୟକ୍ଷ ନିର୍ବାଚନ ରହିଥିବାରୁ ଛତ୍ରପୁର ଏନ୍ଏସିର ଅଧ୍ୟକ୍ଷା ପ୍ରାର୍ଥୀ ଭାବେ କଂଗ୍ରେସରୁ ଜି.ପାର୍ବତୀ, ବିଜେପିରୁ ଶର୍ମିଷ୍ଠା ପ୍ରଧାନ ଏବଂ ବିଜେଡିରୁ ଟି.ଲକ୍ଷ୍ମୀ ପ୍ରତିଦ୍ୱନ୍ଦୀ କରୁଥିଲେ । କଂଗ୍ରେସ ପ୍ରାର୍ଥୀନି ମାତ୍ର ୨୦୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନି ଶର୍ମିଷ୍ଠା ପ୍ରଧାନ ୬୦୯୫ ଭୋଟ ଏବଂ ବିଜେଡି ପ୍ରାର୍ଥୀନି ଟି.ଲକ୍ଷ୍ମୀ ୫୨୭୭ ଭୋଟ ପାଇଥିଲେ । ସେହିପରି ୧ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଟି.ଗଣେଶ ରେଡ୍ଡୀ ବିଜେଡି ପ୍ରାର୍ଥୀ ପି.ଜଗଦୀଶ କୁମାର ଠାରୁ ୨୦୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୨ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଅମରେଶ ମହାରଣା ବିଜେଡି ପ୍ରାର୍ଥୀ ଅଫତାବ ହୁସେନ୍ ଠାରୁ ୧୩୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୩ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନି ମାମା ସେଠୀ ବିଜେପି ପ୍ରାର୍ଥୀନି କବିତା ବେହେରା ଠାରୁ ୩୨୪ ଭୋଟ ରେ ବିଜୟୀ ହାସଲ କରିଥିବା ବେଳେ ୪ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ଜି.ପାପା ରାଓ ବିଜେପି ପ୍ରାର୍ଥୀ କେ.ରାମା ରାଓ ଠାରୁ ୪୧୧ ଭୋଟରେ ବିଜୟୀ ହୋଇଛନ୍ତି । ୫ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନି ଡି.ଇନ୍ଦୁ ବିଜେପି ପ୍ରାର୍ଥୀନି ସିଏଚ୍.ଚେନ୍ଦ୍ରା ଠାରୁ ୨୭୩ ଭୋଟ ରେ ବିଜୟୀ ହାସଲ କରିଛନ୍ତି । ୭ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନି ଏମ୍.ୱାଣି ସେନାପତି ବିଜେପି ପ୍ରାର୍ଥୀନି ମିତା କୁମାରୀ ବେହେରା ଠାରୁ ୩୯ ଭୋଟ ଏବଂ ୮ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ କେ.ରେମଶ ସ୍ୱାଧୀନ ପ୍ରାର୍ଥୀ ମହେଶ କୁମାର ଗୌଡ ଠାରୁ ୧୩୯ ଭୋଟ ରେ ବିଜୟୀ ହାସଲ କରିଛନ୍ତି । ସେହିପରି ୯ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନି ପ୍ରିତିଛନ୍ଦା ସାମଲ ବିଜେପି ପ୍ରାର୍ଥୀନି ପ୍ରଭାସିନୀ ନାହାକ ଠାରୁ ୪୨ ଭୋଟରେ ବିଜୟୀ ହାସଲ କରିଥିବା ବେଳେ ୧୦ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଦେବାଶିଷ ମିଶ୍ର ବିଜେଡି ପ୍ରାର୍ଥୀ ଏସ୍.ଜଗଦୀଶ ରାଓ ଠାରୁ ୧୧୭ ଭୋଟ ରେ ବିଜୟୀ ହୋଇଛନ୍ତି । ୧୧ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନି ସନ୍ତୋଷୀ ସେଠୀ ବିଜେପି ପ୍ରାର୍ଥୀ ସୁରଜ କୁମାର ସେଠୀ ଠାରୁ ୩୮୦ ଭୋଟରେ ବିଜୟୀ ହାସଲ କରିଥିବା ବେଳେ ୧୨ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନି ବି.ନିଶ୍ଚଳା ସ୍ୱାମୀ ବିଜେପି ପ୍ରାର୍ଥୀନି ଡି.କଲ୍ୟାଣୀ ଠାରୁ ୩୬ ଭୋଟରେ ବିଜୟୀ ହୋଇଛନ୍ତି । ୧୩ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ସୁମନ୍ତ କୁମାର ନାହାକ ସ୍ୱାଧୀନ ପ୍ରାର୍ଥୀ ସୁରେଶ କୁମାର ପଟ୍ଟନାୟକ ଠାରୁ ୨୧୦ ଭୋଟ ରେ ହୋଇଥିବା ବେଳେ ୧୪ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀନି ଏମ୍.ଅରୁନ୍ଧତୀ ବିଜେଡି ପ୍ରାର୍ଥୀନି ପି.ତେଜବତୀ ରାଓଙ୍କ ଠାରୁ ୩୨୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।


