ଦିନେ ଥିଲେ ମନ୍ତ୍ରୀ ଆଜି ପିଜା ଡେଲିଭରୀ ବୟ

ନୂଆଦିଲ୍ଲୀ: ଆଫ୍‍ଗାନକୁ ତାଲିବାନମାନେ ଅକ୍ତିଆର କରିବା ପରେ ସେଠାକାର ନେତାଠାରୁ ଆରମ୍ଭ କରି ଜନତା ସମସ୍ତେ ଦେଶଛାଡି ଅନ୍ୟ ଦେଶରେ ରହିବା ଆରମ୍ଭ କରିଦେଇଛନ୍ତି । ଏହା ଭିତରେ ସେମାନଙ୍କ ଅବସ୍ଥା କିପରି ଅଛି ତାହା ମାପିବା ବହୁତ କଷ୍ଟକର । କାରଣ କାଲି ଯିଏ ଆଫ୍‍ଗାନିସ୍ଥାନରେ ରାଜା ଭଳି ଜୀବନଯାପନ କରୁଥିଲା ଆଜି ସିଏ ବାହାର ଦେଶରେ ଦିମୁଠା ଖାଇବା ସଂଗ୍ରହ କରିବା ପାଇଁ ସଂଘର୍ଷ କରୁଛି । ଏଭଳି ଏକ ଘଟଣା ସମ୍ମନାକୁ ଆସିଛି, ଯିଏକି ଦିନେ ଥିଲେ ଆଫ୍‍ଗାନିସ୍ଥାନର ଜଣେ ମନ୍ତ୍ରୀ ସେ ଆଜି ବାହାରେ ଦେଶରେ ସାଜିଛନ୍ତି ଜଣେ ପିଜା ଡେଲିଭରୀ ବୟ । ଦିନେ ଯିଏ ସୁଟ୍ ବୁଟରେ ସୁରକ୍ଷା ଘେରରେ ମିଟିଂ ଆଟେଣ୍ଡ୍ କରୁଥିଲେ ଏବେ ଦୁଆର ଦୁଆର ବୁଲି ପିଜା ଡେଲିଭର୍ କରୁଛନ୍ତି । ଆଫଗାନ ସରକାରରେ ଦିନେ ଯିଏ ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ଭାବେ କାମ କରୁଥିଲେ ସେ ଆଜି ପିଜା ଡେଲିଭରୀ ବୟ ପାଲଟିଛନ୍ତି । ଥରେ ଭାବିଲେ କେନ୍ଦ୍ର ମନ୍ତ୍ରୀ ଭାବେ ଦେଶର ବଡ ବଡ ନିଷ୍ପତ୍ତି ନେଉଥିବା ଏହି ବ୍ୟକ୍ତି ସୟଦ ଅହମଦ୍ ସାହ୍ ସାଦତ୍ ଦେଶ ଛାଡିବା ପରେ କେଉଁ ଭଳି କାମ କରୁଛନ୍ତି । ସେ କଣ କେବେ ଚିନ୍ତା ବି କରିଥିବେ ଦେଶ ଛାଡିବା ପରେ ତାଙ୍କୁ ପିଜା ବିକ୍ରି କରି ଚଳିବାକୁ ପଡିବ । ସୂଚନା ମୁତାବିକ ଆଫଗାନିସ୍ତାନରୁ ଜୀବନ ବିକଳରେ ପଳାୟନ କରିଥିବା ସାୟଦ୍ ଅହମଦ୍ ଏବେ ଜର୍ମାନୀରେ ଅଛନ୍ତି । ତାଲିବାନର ଆତଙ୍କ ରାଜ୍ ଆରମ୍ଭ ହେବା ପୂର୍ବରୁ ପାଖାପାଖି ବର୍ଷେ ଆଗରୁ ହିଁ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଦେଇଥିଲେ । ଆଉ ଶାସନଗାଦି ତାଲିବାନଙ୍କ ହାତକୁ ଯିବା ସମୟରେ ସେ ଦେଶ ଛାଡି ପଳାୟନ କରିଥିଲେ । ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମନ୍ତ୍ରୀ ସାୟଦ୍ ଅହମଦଙ୍କର ଏହି ଫୋଟ ଏବେ ସବୁଠି ଭାଇରାଲ୍ ହେଉଛି । ସେ ଜର୍ମାନୀର ଜିପଜିଙ୍ଗରେ ସାଇକେଲରେ ପିଜା ବିକ୍ରି କରୁଥିବାର ଏହି ଫୋଟକୁ ଦେଖି ସମସ୍ତେ ଆଚମ୍ବିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ