ଦିଲ୍ଲୀରେ ୮ ବର୍ଷର ରେକର୍ଡ ଭାଙ୍ଗିଲା ତାତି , ତେଲେଙ୍ଗାନାରେ ଅଂଶୁଘାତରେ ୧୭ ମୃତ
ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀରେ ତାପମାତ୍ରା ୮ ବର୍ଷର ରେକର୍ଡ ଭାଙ୍ଗିଛି । କେବଳ ଦିଲ୍ଲୀ ନୁହେଁ ଅଧା ଭାରତରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେଲେଙ୍ଗାନା, କର୍ଣ୍ଣାଟକ, ହରିଆଣା, ମହାରାଷ୍ଟ୍ର, ଚଣ୍ଡୀଗଡ, ଦିଲ୍ଲୀ, ପଞ୍ଜାବ, ପୂର୍ବ ଉତ୍ତରପ୍ରଦେଶ, ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହିପରି ତେଲେଙ୍ଗାନାରେ ଅଂଶୁଘାତରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ ତାତି ୮ ବର୍ଷର ରେକର୍ଡ ଭାଙ୍ଗିଛି । ପାଲାମ ବେଦଶାଳାରେ ୪୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପୂର୍ବରୁ ୨ଠ୧୩ ମସିହାରେ ୪୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ୧୯୯୮ ମେ ୨୬ ତାରିଖରେ ଦିଲ୍ଲୀରେ ସର୍ବାଧିକ ୪୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।


