ବାରଣାସୀରୁ ଲଣ୍ଡନ ବାଇକରେ ଯିବେ ୩ ଯୁବତୀ
ଦୁଃସାହାସୀ ତିନି ଯୁବତୀ ସାରିକା ମେହେଟ୍ଟା, ଜିନାଲ ଶାହା, ଋତାଲୀ ପଟେଲ । ଏମାନଙ୍କ ଦୁଃସାହାସିକ ପଦକ୍ଷେପ ସମ୍ପର୍କରେ ଶୁଣିଲେ ଯେକେହି ଅବାକ୍ ହେବେ । ଏହି ତିନି ବାଇକ୍ ରାଣୀ ସ୍ଥିର କରିଛନ୍ତି ଯେ, ସେମାନେ ଭାରତରୁ ବାଇକ୍ ଚଳାଇ ଯିବେ ଲଣ୍ଡନ । ଏସିଆ, ୟୁରୋପ ଏବଂ ଆଫ୍ରିକା ମହାଦେଶର ୨୫ ଦେଶ ପାର କରି ସେମାନଙ୍କ ଏହି ଅଭିଯାନ ଶେଷ ହେବ ଲଣ୍ଡନରେ । ମହିଳା ସଶକ୍ତିକରଣର ସଚେତନତା ବାର୍ତ୍ତା ବାଣ୍ଟିବା ସେମାନଙ୍କ ଏହି ବାଇକ୍ ଅଭିଯାନର ଉଦ୍ଦେଶ୍ୟ ।
ବେଈକ୍ ଅଭିଯାନର ନେତୃତ୍ୱ ନେଉଥିବା ସାରିକା ପେଶାରେ ଜଣେ ମନୋବିଜ୍ଞାନୀ । ନିଶା ପର୍ବତାରୋହଣ ପାଇଁ ବାଇକ୍ ନେଇ ବାହାରି ପଡ଼ିବା । ଏହି ତିନି ବାଇକ୍ ଅଭିଯାତ୍ରୀଙ୍କର ଲଣ୍ଡନ ଯାତ୍ରା ଆରମ୍ଭ ହେବ ବାରଣାସୀରୁ । ପ୍ରାୟ ୨୫ ହଜାର କିମି ଦୁଃସାହାସୀ ବାଇକ୍ ଯାତ୍ରା । ସେମାନେ ପାର୍ କରି ଯିବେ ନେପାଳ, ମ୍ୟାନମାର୍, ଥାଇଲ୍ୟାଣ୍ଡ୍, ଲାଓସ୍, ଚିନ୍, କିର୍ଗିଜିସ୍ତାନ୍, ଉଜ୍୍ବେକିସ୍ତାନ୍, କାଜାଗସ୍ତାନ୍, ରୁଷିଆ, ଲାଟିଭିଆ, ଲିଥୁୟାନିଆ, ବେଲାରସ୍, ପୋଲାଣ୍ଡ, ଚେକୋସ୍ଲୋଭାକିଆ, ଜର୍ମାନୀ, ଅଷ୍ଟ୍ରିୟା, ଲିଚେନ୍ ଷ୍ଟକନ୍, ସୁଇଜର୍ଲ୍ୟାଣ୍ଡ୍, ନେଦରଲ୍ୟାଣ୍ଡ୍, ବେଲଜିୟମ୍, ଫ୍ରାନ୍ସ, ସ୍ପେନ୍ ଏବଂ ମସ୍କୋ । ଏହି ଅଭିଯାତ୍ରାରେ ସେମାନେ ବ୍ୟବହାର କରିବେ କେଟିଏମ୍ ୩୯୦ ମଡେଲ୍ର ବାଇକ୍ । ଗୁଜରାଟ ର୍ୟା ସୁରଟର ଏହି ତିନି ଯୁବତୀ ଜୁନ୍ ୫ରେ ସେମାନଙ୍କ ଯାତ୍ରା ଆରମ୍ଭ କରିବେ ବାରଣାସୀରୁ । ଏହି ଅଭିଯାନରେ ପତାକା ଦେଖାଇ ଶୁଭାରମ୍ଭ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଦିଲ୍ଲୀ: ୮ ବର୍ଷର ରେକର୍ଡ ଭାଙ୍ଗିଲା ତାତି
ତେଲେଙ୍ଗାନାରେ ଅଂଶୁଘାତରେ ୧୭ ମୃତ
ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀରେ ତାପମାତ୍ରା ୮ ବର୍ଷର ରେକର୍ଡ ଭାଙ୍ଗିଛି । କେବଳ ଦିଲ୍ଲୀ ନୁହେଁ ଅଧା ଭାରତରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେଲେଙ୍ଗାନା, କର୍ଣ୍ଣାଟକ, ହରିଆଣା, ମହାରାଷ୍ଟ୍ର, ଚଣ୍ଡୀଗଡ, ଦିଲ୍ଲୀ, ପଞ୍ଜାବ, ପୂର୍ବ ଉତ୍ତରପ୍ରଦେଶ, ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହିପରି ତେଲେଙ୍ଗାନାରେ ଅଂଶୁଘାତରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ ତାତି ୮ ବର୍ଷର ରେକର୍ଡ ଭାଙ୍ଗିଛି । ପାଲାମ ବେଦଶାଳାରେ ୪୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପୂର୍ବରୁ ୨ଠ୧୩ ମସିହାରେ ୪୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ୧୯୯୮ ମେ ୨୬ ତାରିଖରେ ଦିଲ୍ଲୀରେ ସର୍ବାଧିକ ୪୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା


