ଦିଲ୍ଲୀ ଚଲୋ ଅଭିଯାନ ସତ୍ୟାଗ୍ରହ ସଂଗଠନ ପକ୍ଷରୁ ଜର୍ସି ଉନ୍ମୋଚନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଏବଂ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସନ୍ତା ଡିସେମ୍ବରମାସ ୩ତାରିଖରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଦିଲ୍ଲୀ ଚଲୋ ଅଭିଯାନ ସତ୍ୟାଗ୍ରହ ସଂଗଠନର ମୁଖ୍ୟ ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏକ ଗଣଧାରଣା ଦିଆଯିବ । ଏଥିନିମନ୍ତେ ସୋମବାର ସନ୍ଧ୍ୟାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ସଂଗଠନ ପକ୍ଷରୁ ଏକ ଜର୍ସି ଉନ୍ମୋଚନ କରାଯାଇଥିଲା । ଏହି ଜର୍ସିକୁ ପିନ୍ଧି ଓଡିଶାର ନେତୃତ୍ୱ ନେଉଥିବା ଆଗଧାଡିର ବଛା ବଛା ସମାଜସେବୀମାନେ ଦିଲ୍ଲୀ ଯାଇ ଯନ୍ତରମନ୍ତର ଠାରେ ଗଣଧାରଣାରେ ଯୋଗଦେବେ । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ ପଟ୍ଟନାୟକ ଜର୍ସିକୁ ଉନ୍ମୋଚନ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ପହଞ୍ଚି କେନ୍ଦ୍ରାପଡାରୁ ସଂଗଠନର ନେତୃତ୍ୱ ନେଉଥିବା ସମାଜସେବୀମାନଙ୍କୁ ଶୁଭେଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟାଗ୍ରହ ସଂଗଠନର ରାଜ୍ୟ ସଭାପତି ସତ୍ୟବ୍ରତ ଦାସ, ବ୍ରହ୍ମପୁର ସଂଗଠନ ମୁଖ୍ୟ ଅଜିତ କୁମାର ପାତ୍ର, ନବରଙ୍ଗପୁର ମୁଖ୍ୟ ସୁମିତ ପୂଜାରୀ, କେନ୍ଦ୍ରାପଡା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ଦାସ, ରଞ୍ଜନ ସାହୁ,କେନ୍ଦ୍ରାପଡା ସଂଗଠନ ମୁଖ୍ୟ ମହେଶ ପାଢୀ, ରଞ୍ଜନ କର, ବିଶ୍ୱରଞ୍ଜନ ଦାସ, ଆକାଶ ଦାସ, ପ୍ରଫୁଲ୍ଲ ସାହୁ, ଦିଲ୍ଲିପ ସାହୁ, ଦୀନବନ୍ଧୁ ନାୟକ, ରାଧାକାନ୍ତ ମହାନ୍ତି, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଡିସେମ୍ବରମାସ ୩ତାରିଖରୁ ଦିଲ୍ଲୀର ଯନ୍ତରମନ୍ତର ଠାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ଚାଲିବ ବୋଲି ସଂଗଠନର ମୁଖ୍ୟ ସତ୍ୟବ୍ରତ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ