ଦୁଇଟି ସ୍ଥାନ ରେ ଜାତୀୟ ପତାକା କୁ ଅସମ୍ମାନ

ନିମାପଡ଼ା, (ସନ୍ତୋଷ ଦାଶ):ମଙ୍ଗଳବାର ସାରା ଦେଶ ରେ ଆନନ୍ଦଉଲ୍ଲାସ ମଧ୍ୟରେ ପାଳିତ ହୋଇଥିଲା ୭୭ ତମ ସ୍ବାଧିନତା ଦିବସ। ପୁର ଠାରୁ ପଲ୍ଲୀ ସବୁଆଡ଼େ ଉଡିଥିଲା ଜାତୀୟ ପତାକା ତ୍ରିରଙ୍ଗା। ତେବେ ନିମାପଡ଼ା ଅଞ୍ଚଳ ର ଦୁଇଟି ସ୍ଥାନ ରେ ଆମ ର ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା ପତାକା କୁ ଅସମ୍ମାନ କରାଯାଇଥିବାଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ଚାରିଛକ ଥାନା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାହାରେଣା ପଞ୍ଚାୟତ ମିଶନଶକ୍ତି କାର୍ଯ୍ୟାଳୟ ପରିସର ରେ ଜାତୀୟ ପତାକା ଉତ୍ତୋଳନ କରି ମହିଳା ମାନେ ନିଜ ନିଜ ଘରକୁ ଚାଲିଯାଇଥିଲେ। ସଂଧ୍ୟା ବେଳେ ଜାତୀୟ ପତାକା ଲାଗିଥିବା ବାଉଁଶ ଟି ପତାକା ସହ ଉପୁଡ଼ିପଡ଼ି ତଳେ ପଡ଼ିଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ସେହିପରି ଜାତୀୟ ପତାକା ତଳେ ପଡ଼ିରହିଥିଲେ ମଧ୍ୟ କେହି କିଛି କରି ନଥିଲେ। ସେହିପରି ଗୋପ ବ୍ଲକ ବଉଲାଙ୍ଗ ପଞ୍ଚାୟତ ପାଞ୍ଚେଣା ସେବା ସମବାୟ ସମିତି ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯିବା ପରେ ଯିଏ ଯାହାର ଘରକୁ ଚାଲିଯାଇଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଜାତୀୟ ପତାକା ସମିତି ପରିସର ରେ ଉଡୁଥିବା ଦେଖା ଯାଇଥିଲା। ଜାତୀୟ ପତାକା କୁ ଅସମ୍ମାନ କରିଥିବା ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜିବୀ ମହଲ ରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ