ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ନାଟୁଆ ମେଳା ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ସଂସ୍ଥା ତରଙ୍ଗ ରଙ୍ଗ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ କରଣ ସାହି ବିଜୟ କ୍ଲବ୍ ଠାରେ  ରବିବାର ବିଳମ୍ବିତ ସନ୍ଧ୍ୟାରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି, ଅନୁଷ୍ଠାନ ର ସଭାପତି ନାଟ୍ୟଶ୍ରୀ  ଦେବେନ୍ଦ୍ର ଦାସ ଙ୍କ ସଭାପତିତ୍ଵ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କ୍ରିଏଟିଭ ଆର୍ଟସ ର ସଭାପତି ତଥା ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଗୁରୁ ଅର୍ଜୁନ ନାୟକ, ଗୁରୁ ରଘୁନାଥ ପାତ୍ର ଉପସ୍ଥିତ ଥିଲେ, ନାଟ୍ୟ ଆଲୋଚନା ରେ ପାରଳାଖେମୁଣ୍ଡିରେ ନାଟକ ଇତିହାସ ଓ ଭବିଷତ ଉନ୍ନତି ଦିଗରେ ଅତିଥି ମାନେ ଆଲୋଚନ କରିଥଲେ, ଚଳିତ ବର୍ଷ ର ବିଶ୍ଵ ନାଟ୍ୟ ବାର୍ତ୍ତା ପାଠ କରିବା ପରେ ଅନୁଷ୍ଠାନ ର କଳାକାର ମାନେ ନୃତ୍ୟ ପରିବେଷଣ କରିଥଲେ, କାର୍ଯ୍ୟକ୍ରମରେ ଅନ୍ୟ ମାନଂକ ମଧ୍ୟରେ ବରିଷ୍ଟ କଳାକାର ମୋନୋଜ ପାଢ଼ୀ, ଏମ. ପୃଥିବୀରାଜ, ଆଦର୍ଶ ଦାସ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ସୁଜିତ୍ ପାଣିଗ୍ରାହୀ, ମତଙ୍ଗିନୀ ଗୁରୁ,ରାଜୁ ପଡ଼ାଲ , କାମଦେବ ପାଢ଼ୀ ଅନନ୍ୟା ମଂଚ କଳାକାର ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ