ଦୁଇ ଦୁଇଟା ଥାନା ଅଞ୍ଚଳରୁ ଚୋରି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଏବଂ ହିଞ୍ଜିଳକାଟୁ ଥାନା ଅର୍ନ୍ତଗତ ଅଞ୍ଚଳରେ ଗତ କିଛି ଦିନ ହେବ ଚୋରି ପାଇଁ ଲୁଟେରା ଙ୍କ ଚରାଭୁଇଁ ପାଲଟିଛି। ପାର୍ବଣଋତୁ ଆରମ୍ଭରୁ ଦୁଇ ଦୁଇଟା ଅଞ୍ଚଳରେ ଲୁଟେରାଙ୍କ ଉପସ୍ଥିତି ଜାହିର କରିଥିବା ଅନୁମାନ କରାଯାଉଛି । ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ଦୟାନିଧିପୁର ପଞ୍ଚାୟତ କାର୍ଯ୍ୟାଳୟ ଓ ଦୟାନିଧିପୁର ପ୍ରାଥମିକ ସେବା ସମିତି କାର୍ଯ୍ୟାଳୟର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେହିପରି ହିଞ୍ଜିଳକାଟୁ ଥାନା ଅର୍ନ୍ତଗତ ଆଡପଡ଼ା ଗ୍ରାମର ଇସାଣେଶ୍ୱର ମନ୍ଦିର ହୁଣ୍ଡିରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଛି। ଦୟାନିଧିପୁର ପଞ୍ଚାୟତ ଅଫିସ ର ତିନୋଟି କବାଟ ଓ ଗ୍ରିଲ ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଆଲମିରା ତାଲା ଭାଙ୍ଗି ଚୋରି ଉଦ୍ୟମ କରିଛନ୍ତି ଓ ତିନୋଟି ପଙ୍ଖା ଲୁଟି ନେଇଛନ୍ତି । ସେହିଭଳି ନିକଟରେ ଥିବା ସେବା ସମବାୟ ସମିତି କାର୍ଯ୍ୟାଳୟର ୬ ଗୋଟି କବାଟ ଓ ଗୋଦାମ ତାଲା ଭାଙ୍ଗି ଚୋରି ଉଦ୍ୟମ କରିଛନ୍ତି । ଆଡପଡ଼ା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବା ଅଭିଯୋଗ ହେଉଛି ।ଏନେଇ ପାଟପୁର ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଅନ୍ୟ ଖବର ପ୍ରକାରେ ପଳାଶପୁର ଗ୍ରାମ ଘୋଡ଼ାହାଡ ନଦୀ ତଟରେ ଥିବା ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ ଚଳିତ ମୋଟର ଚୋରି ହୋଇଥିବା ଶୁଣିବାକୁ ମିଳିଛି ଏବଂ ଚୁଡଙ୍ଗପୁର ତିତିଖଣ୍ଡି ରାସ୍ତା ପାର୍ଶ୍ବରେ ଥିବା ଏକ ଫାର୍ମହାଉସର ତାଲା ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ତଦନ୍ତ ଚଳାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀଙ୍କ ମତ ପ୍ରକାଶ ପାଇଛି।


