ଦୁଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଦୁଇ ମୃତକଙ୍କ ପରିବାରକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସମବେଦନା ଜଣାଇବା ସହ ଏକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମାର୍ଚ୍ଚ ୨୪ ତାରିଖ ଦିନ ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛାଟ ଗ୍ରାମର ସତ୍ୟବାଦୀ ଗୌଡ଼ ବ୍ୟାଙ୍କ କାର୍ଯ୍ୟରେ ପୋଲସରା ଯାଇଥିଲେ। ସେଠାରେ ଏକ କଣ୍ଟେନର ମାଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସନ୍ଧ୍ୟାରେ ଶ୍ରମ ମନ୍ତ୍ରୀ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ। ସେହିପରି ପୋଲସରା ବ୍ଳକ ପାଣ୍ଡିରିପଡା ଗ୍ରାମର ମା ସିଂହାସିନୀ ପୀଠର ସେବକ ଧୋବି ବାରିକଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ଏହା ଶୁଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସହ ସୋଡ଼କ ସରପଞ୍ଚ ଉତ୍କଳ ପ୍ରଧାନ, ଉଦାନ ପ୍ରଧାନ, ସୁଶାନ୍ତ କୁଣ୍ଡ, ପାଣ୍ଡିରିପଡା ସରପଞ୍ଚ ରଘୁନାଥ ସ୍ବାଇଁ, ପୀତବାସ ପ୍ରଧାନ, ନରେନ୍ଦ୍ର କୁମାର ଦେବତା ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ