ଦୁର୍ଗମ ଅଂଚଳରେ କମ୍ବଳ ବନ୍‌ଟନ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ବ୍ଲକ ଭୂୟାଁ ରୋଇଡା ଗ୍ରାମପଂଚାୟତର ବିଭିନ୍ନ ଦୁର୍ଗମ ଅଂଚଳରେ ଗରିବ ଲୋକଙ୍କୁ କମ୍ବଳ ବନ୍‌ଟନ କରାଯାଇଛି । ଯୋଡା ବ୍ଲକର ଅପହଂଚ ତଥା ଦୁର୍ଗମ ଅଂଚଳ ଭୂୟାଁ ରୋଇଡାରେ ଦାରିଦ୍ର‌୍ୟ ସୀମାରେଖା ତଳେ ବହୁ ଅଂଚଳବାସୀ ବସବାସ କରନ୍ତି । ଜଙ୍ଗଲ ଦ୍ରବ୍ୟ ଓ ପଶୁପାଳନ ତଥା ପାହାଡିଆ ଜମିରେ ଚାଷ କରି ନିଜର ଗୁଜୁରାଣ ମେନ୍‌ଟାଇ ଥାଆନ୍ତି । ଏମାନଙ୍କ ପାଖରେ ଅର୍ଥ ଅଭାବରୁ ଶୀତବସ୍ତ୍ର କିଣିବାକୁ ସାମର୍ଥ୍ୟ ନଥାଏ । ଏହାକୁ ଦୃଷ୍ଟିରେ ରଖି ବି.ଜେ.ଡି ଦଳର ରାଜ୍ୟ ପରିଷଦ ସଦସ୍ୟ କୁଶ ଆପଟ୍ଟ ଓ ଭୂୟାଁ ରୋଇଡା ଗ୍ରାମପନ୍‌ଚାୟତର ସମିତି ସଭ୍ୟା ତୁଳସୀ ବବଙ୍ଗା ଉପସ୍ଥିତ ରହି ଭୂୟାଁ ରୋଇଡା ଗ୍ରାମପନ୍‌ଚାୟତର କୁନ୍ଦୁରପାଣି, ଭୂୟାଁ ରୋଇଡା ହଟିଂ, ବାରୁ ହଟିଂ, କେତ୍ ହଟିଂ, କୁହ୍ଲ ରୋଇଡା, ଭୂୟାଁ ରୋଇଡା କୁହ୍ଲବସ୍ତି ପ୍ରଭୃତି ଗ୍ରାମର ପ୍ରାୟ ସାତଶହ ଲୋକଙ୍କୁ କମ୍ବଳ ବନ୍‌ଟନ କରିଥିଲେ । ଏହି କମ୍ବଳ ବନ୍‌ଟନ କାର୍ଯ୍ୟରେ ସ୍ଥାନୀୟ ଅନ୍‌ଚଳର ସକ୍ରିୟ ସଦସ୍ୟ ଦଶରଥ ଓରାମ, ଭାନୁମତୀ ନାଏକ, ଜନ୍ ହେମ୍ବ୍ରମ, କିଶୋର ବାଲମୁଚୁ, ସଞ୍ଜୟ ଦାସ, ସୁଶିଲ ନାଏକ, ଟପ୍ପ ନାଏକ, ଜୟ ପ୍ରଧାନ, ପ୍ରଶାନ୍ତ ଆପଟ୍ଟ, ଗଜେନ ନାଏକ, ଛୁଙ୍କୁ ନାଏକ ଓ ଯୋଡା ପୌରପାଳିକାର ପୂର୍ବତନ କାଉନସିଲର ସନ୍ତୋଷ କୁମାର ବଳ ପ୍ରମୁଖ ଏହି କମ୍ବଳ ବନ୍‌ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ତାଙ୍କର ଏହି କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ