ନୂତନ ବର୍ଷରେ ନୂତନ ଆଶା;ସହଯୋଗର ହାତ ବଢ଼ାଇଲେ ବଦାନ୍ୟ ବ୍ୟକ୍ତି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଡହ ରୋଡ଼ ସ୍ଥିତ କୁଷ୍ଠାଶ୍ରମ ରେ ନୂତନ ଇଂରାଜୀ ବର୍ଷ କୁ ଅଭିନନ୍ଦନ ସହିତ ସକାଳେ ପହିଲି ଭୋଗ ଜଣେ ଆଗହୀ ବ୍ୟକ୍ତି ଦେଲେ ଓ ସଂଧ୍ୟା ରେ ଜଗଦୀଶ ପାଣିଗ୍ରାହୀ, ପଞ୍ଚାନନ ପାଳ, ଶୂଳପାଣି ଶତପଥୀ ଙ୍କ ସହଯୋଗ ରେ ରସଗୋଲା ସହିତ ଫଳ, ମିକ୍ସଚର ଇତ୍ୟାଦି ବଣ୍ଟନ କରାଗଲା l ନୂଆ ବର୍ଷରେ ଅନ୍ତେବାସୀ ରସଗୋଲା ଖାଇବାର ମଜାନେଲେ l ପ୍ରାୟ ଏକ ଘଣ୍ଟ ରୁ ଅଧିକ ସମୟ ହରେ କୃଷ୍ଣ ନାମ ସଂକୀର୍ତନ କଲେ କୁଷ୍ଠା ଶ୍ରମ ରେ ୧୮ ରୁ ଅଧିକ ଅନ୍ତେବାସୀ l ସାନିଟାଇଜ କରିବା ସହିତ ମାସ୍କ ମଧ୍ୟ୍ୟ ବଣ୍ଟନ କରାଯାଇ କରୋନା କିପରି ଦମନ ହେବ ତାର ସଚେତନ ବାର୍ତ୍ତା କୁ କହି ଥିଲେ l ଶୂଳପାଣି ଶତପଥୀ, କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ ଦେଇ ଥିଲେ ପଞ୍ଚାନନ ପାଳ ଓ ଜଗଦୀଶ ପାଣିଗ୍ରାହୀ ଧନ୍ୟବାଦ ଦେଇ ଥିଲେ l


