ଦୁର୍ଗମ ଅଞ୍ଚଳରେ ପୋଲିସ୍ ଫାଣ୍ଡି ପ୍ରତିଷ୍ଠା ପାଇଁ ବିଜେପିର ଦାବି

ଗାଙ୍ଗପୁର, (ସନ୍ତୋଷ ବିଷୋୟୀ): ସ୍ଵାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଓଡ଼ିଶାର ଅନେକ ଦୁର୍ଗମ ଅଞ୍ଚଳରେ ଆଜି ସୁଦ୍ଧା ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, ପୋଲିସ୍ ସେବା ପହଞ୍ଚି ପାରିନାହିଁ I ଗଞ୍ଜାମ ଜିଲ୍ଲାର ସୋରଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଲକ୍, ଏନଏସି ଏବଂ ସୋରଡା ବ୍ଲକ୍ ଓ ଏନଏସିକୁ ନେଇ ଗଠିତ ହୋଇଥିବା ବେଳେ ରାଜ୍ୟ ମାନଚିତ୍ରରେ ଏହା ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଛି I ସେଥି ମଧ୍ୟରୁ ସୋରଡା ବ୍ଲକ୍ ର ଅଧିକାଂଶ ଦୁର୍ଗମ ଜଙ୍ଗଲ ଘେରା ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳ ଗୁଡିକ ବିଭିନ୍ନ ଦୃଷ୍ଟି କୋଣରୁ ଅବହେଳିତ ହୋଇ ପଡ଼ିଛି I ତେଣୁ ଅଞ୍ଚଳ ଗୁଡ଼ିକର ଉନ୍ନତି ପାଇଁ ଏହି ଅଞ୍ଚଳର ବିଜେପି ନେତା ମାନେ “ମିଶନ ସୋରଡା ନିର୍ବାଚନ ମଣ୍ଡଳୀ ” ମାଧ୍ୟମରେ ଅଣ୍ଟା ଭିଡି ଆଗେଇ ଆସିଛନ୍ତି I ଆଦିବାସୀ ଓ ହରିଜନ ଅଞ୍ଚଳ ଗୁଡ଼ିକରେ ଅନ୍ଧ ବିଶ୍ୱାସ, କୁସଂସ୍କାର, ଚୋରି, ଡକାୟତି ବୃଦ୍ଧି ପାଉଥିବା ବେଳେ ଏହି ଅଞ୍ଚଳ ବାସୀକୁ ଉଚିତ୍ ପୋଲିସ୍ ସେବା ଯୋଗାଇ ଦେବା ଜରୁରୀ ହୋଇପଡିଛି I ତେଣୁ ସୋରଡା ବ୍ଲକ୍ ର ଗୌଡଗୋଠ ଠାରେ ଏକ ପୋଲିସ୍ ଫାଣ୍ଡି ପ୍ରତିଷ୍ଠା ପାଇଁ ଆଜି ସୋରଡା ବିଜେପିର ଏକ ଟିମ୍ ୨୦୧୯ ସୋରଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣୀ ବିଷୋୟୀ ଏବଂ ରଞ୍ଜନ ରାଉତଙ୍କ ନେତୃତ୍ଵରେ ଆସ୍କା ଏସଡିପିଓଙ୍କୁ ଭେଟି ତାଙ୍କରି ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି I ଗୌଡଗୋଠ ଠାରେ ଏକ ପୋଲିସ୍ ଫାଣ୍ଡି ପ୍ରତିଷ୍ଠା ହୋଇପାରିଲେ ଏହା ଅଞ୍ଚଳର ଗରିବ ଜନ ସାଧାରଣଙ୍କୁ ଉଚିତ୍ ନ୍ୟାୟ ଦେବା ସହ ସୋରଡା ନିର୍ବାଚନ ମଣ୍ଡଳୀରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ହୋଇଯିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ