ଦୁର୍ଘଟଣାରେ ଯୁବକ ଗୁରୁତର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ବସଷ୍ଟାଣ୍ଡ ଠାରେ ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ମି. ସମୟରେ ମୋଟର ସାଇକେଲକୁ ଗୋଟିଏ ଟ୍ରକ ଧକ୍କା ଦେବା ଯୋଗୁ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ନିକଟ ବାରିକପୁର ତୋଡଙ୍ଗାର ଯୁବକ ସୁବାଷ ଚନ୍ଦ୍ର ଜେନା(୪୦) ଓ କାହ୍ନୁ ଚରଣ ଜେନା(୨୦) ଏକ ମୋଟର ସାଇକେଲ ଯୋଗେ ପାଣିକୋଇଲିରୁ ଘରକୁ ଫେରୁଥିଲେ। ବସଷ୍ଟାଣ୍ଡର ବାଲେଶ୍ଵର -ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମୁଖରେ ଓଡ଼ି୦୪ଏନ୫୭୭୮ ଟ୍ରକଟି ଓଡ଼ି୩୪ଏ ୭୭୮୭ ମୋଟର ସାଇକେଲକୁ ଧକ୍କା ଦେଇ ସୁବାଷଙ୍କ ଡାହାଣ ହାତ ଉପରେ ଚଢିଯାଇଥିଲା। ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ପ୍ରାଥମିକ ଚିକିତ୍ସା ପରେ ସୁବାଷଙ୍କୁ କଟକ ପଠାଯାଇଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକକୁ ଥାନାରେ ଅଟକ ରଖାଯାଇ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି।


