ପୋଲିସ ଏ.ଏସ.ଆଇ ବ୍ରଜକିଶୋର ଦଳାଇଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସହରର ମଢିଆଳ ଗ୍ରାମର ବଂଶୀଧର ଦଳାଇଙ୍କ ଜ୍ୟେଷ୍ଠପୁତ୍ର ତଥା ଭୂବନେଶ୍ୱର କମିଶନରେଟ ପୋଲିସର ଲିଙ୍ଗରାଜ ଥାନାର ଏ.ଏସ.ଆଇ.ବଂଶୀଧର ଦଳାଇଙ୍କ ଗତ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ଜଣାପଡିବା ପରେ ମଢିଆଳ ବଜାର ଅଚଂଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପି, ମିଷ୍ଟଭାଷି ଓ ପରୋପକାରୀ ବ୍ୟକ୍ତିଥିଲେ । ତାଙ୍କର ୨ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ବିୟୋଗରେ ଅନୁଷ୍ଠିତ ଏକ ଶୋକସଭାରେ ମଢିଆଳ ବଜାର କମିଟି ସଭାପତି ସୁବାଷ କୁମାର ଚାନ୍ଦ, ମନ୍ମଥ ସିଂହ, ଚିତ୍ତରଞ୍ଜନ ଭଗତ, ସମୀର କୁମାର ଚାନ୍ଦ, ନିଗମାନନ୍ଦ ସାହୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଛନ୍ତି । କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଓ ମା’ଦୁର୍ଗା ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ