ଦୃଷ୍ଟିହୀନ ବିଦ୍ୟାଳୟରେ ମାକ୍ସ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡା :କେନ୍ଦ୍ରାପଡା ସହରର ଅଯୋଧ୍ୟା ନଗରସ୍ଥିତ ପୈାରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟରେ କରୋନା ସଚେତନତା ଓ ମାକ୍ସ ବଂଟନ କାର୍ଯ୍ୟକ୍ରମ ବଳଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପାର୍ଥ ସାରଥି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଟାଉନଥାନା ଅଧିକାରୀ ଜ୍ୟୋତି ଶଙ୍କର ସାମନ୍ତରାୟ, ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହ ମାସ୍କ ବଂଟନ କରିଥିଲେ । ଛାତ୍ରଛାତ୍ରୀମାନେ କିପରି ହାତ ଗୋଡ ବାରମ୍ବାର ସଫା କରିବେ ଓ କାଶ, ଥଣ୍ଡା, କଫ ଭଳି ରୋଗରୁ କିପରି ନିଜକୁ ଦୂରେଇରଖିପାରିବେ ସେ ସମ୍ପର୍କରେ ବୁଝାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଚାନ୍ଦୋଳ ସଂଘର ସଭାପତି ମନିନ୍ଦ୍ର କୁମାର ରାଉତ, ନଗେନ ବିହାରୀ ମିଶ୍ର, ବଳଭଦ୍ର ପତି, ଅଶେଷ ନନ୍ଦ, ଶତ୍ରୃଘନ ସେନାପତି, ମହେଶ କୁମାର ନାୟକ, ଷ୍ଟାଲିନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଦିବ୍ୟାଂଗ ଛାତ୍ରଛାତ୍ରୀଙ୍କୁ ମାକ୍ସ , ବିସ୍କୁଟ, ଚକଲେଟ ଓ ପିଇବାପାଣି ବୋତଲମାନ ପ୍ରଦାନ କରିଥିଲେ । ପିଲାମାନେ କିପରି ଏହି ମହାମାରୀ ଭୂତାଣୁ ପ୍ରତି ସଚେତନ ହେବେ ସେ ସମ୍ପର୍କରେ ମତ ଦେଇଥିଲେ । ଶେଷରେ ଆୟୋଜକ ଶିକ୍ଷକ ଶ୍ରୀ ବେହେରା ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦୁଇ ଦିନରେ ଆସି ମାକ୍ସ ବଣ୍ଟନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


