ଦୁର୍ନୀତିଗ୍ରସ୍ତ କମ୍ପାଉଣ୍ଡରଙ୍କୁ ବଦଳି ପାଇଁ ସ୍ମାରକପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଆସୁଛନ୍ତି । ଏଭଳି ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରିବା ସହ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ କମ୍ପାଉଣ୍ଡରଙ୍କୁ ତୁରନ୍ତ ବଦଳି କରିବାପାଇଁ ଦାବି ହୋଇଛି । ଏନେଇ ଛେଳିଗଡ, ମହେନ୍ଦ୍ରଗଡ, ଛେଲ୍ଲାଗଡ, ଆବାରସିଂ ଗ୍ରାମପଞ୍ଚାୟତ ବାସୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପଞ୍ଚାୟତବାସୀ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ପତ୍ର ପ୍ରଶାସନକୁ ଜଣାଇଥିବା ବେଳେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ରଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଛେଳିଗଡ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସ୍ୱଦୀପ ମହାପାତ୍ରଙ୍କୁ ଗାରବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ହୋଇଥିବାର ଶୁଣିବାକୁ ପାଇଛୁ । ଶ୍ର ମହାପାତ୍ର ଗତ ୨୯.୦୧.୨୦୧୯ ତାରିଖରେ ଛେଳିଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଯୋଗଦେଇଥିବା ବେଳେ ସେ ମାତ୍ର ୨ବର୍ଷ କାର୍ଯ୍ୟ କରିଛନ୍ତି । ଏହା ସହ ଡାକ୍ତର ମହାପାତ୍ର ଏଠାରେ ଦାୟିତ୍ୱ ଗ୍ରହଣ ପରେ ସ୍ୱାସ୍ଥ୍ୟ ଚିକିତ୍ସାରେ କ୍ଷେତ୍ରରେ ବହୁ ସୁଧାର ଆସିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣେ ରୋଗୀ ଗଲେ ସେମାନଙ୍କୁ ନିଜପଣ ଆପଣାଇ ଭାଇଚାରା ସୃଷ୍ଟିକରି ଡାକ୍ତର ଜଣକ ସେବା ଯୋଗାଉଛନ୍ତି । ଏହା ଦ୍ୱାରା ଗରୀବ ତଥା ନଷ୍ପେସିତ ପରିବାରର ଜନସାଧାରଣ ଚିକିତ୍ସା ଅଧିକାରୀଙ୍କ ସ୍ୱାସ୍ଥ୍ୟ ସେବାରେ ବହୁ ଉପକୃତ ହେଉଛନ୍ତି । ତେଣୁ ଡାକ୍ତର ସ୍ୱଦୀପ ମହାପାତ୍ରଙ୍କ ବଦଳି ଆଦେଶକୁ ବାତିଲ କରି ତାଙ୍କୁ ଛେଳିଗଡ ଠାରେ ହିଁ ଅବସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି । ସେମାନେ ଆହୁରି ଜଣାଇଛନ୍ତି ଯେ, ଛେଳିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କମ୍ପାଉଣ୍ଡର ଉମେଶଚନ୍ଦ୍ର ନାୟକ ଦୀର୍ଘ ୮/୯ ବର୍ଷ ହେବ ଏହି ଚିକିତ୍ସାଳୟରେ ରହି ଅଞ୍ଚଳର ରୋଗୀମାନଙ୍କ ଠାରୁ ପ୍ରଚୁର ପରିମାଣର ଉତ୍କଚ ସଂଗ୍ରହ କରୁଛନ୍ତି । ଏପରିକି କୌଣସି ରୋଗୀ ଟଙ୍କା ଦେବାରେ ଅସମର୍ଥ ହୁଅନ୍ତି ତେବେ ତାଙ୍କୁ କୌଣସି ସ୍ୱାସ୍ଥ୍ୟସେବା ନଯଗାଇ ଗାଳିଗୁଲଜ କରି ତଡିଦେଉଛନ୍ତି । ଏନେଇ ଏହି ଅଞ୍ଚଳରେ କମ୍ପାଉଣ୍ଡର ଶ୍ରୀନାୟକଙ୍କ ବିରୋଧରେ ଦୀର୍ଘ ଦିନ ଧରି ପ୍ରବଳ ଜନ ଅସନ୍ତୋଷ ବଢିଚାଲିଛି ଏବଂ ଚିକିତ୍ସାଳୟ ପରିଚାଳନାରେ ଆଭ୍ୟନ୍ତରଣ ସମସ୍ୟା ଉପୁଜିଅଛି । ତେଣୁ ତାଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ