ଦୁର୍ବଳ ହୋଇପଡ଼ିଛି ଅସ୍ତରଙ୍ଗ ଭଉଁରୀଆ ସେତୁ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଗ୍ରାମ ଶେଷ ମୁଣ୍ଡ ରେ ଥିବା ଭଉଁରୀଆ ସେତୁ ଏବେ ବିପଦ ସଂକୁଳ ଅବସ୍ଥାରେ। ସେତୁ ଟି ଭାଙ୍ଗି ରୁଜି ଯାଇ ଦୁର୍ବଳ ହୋଇପଡ଼ିଛି। ସେତୁ ଉପରେ ଅସ୍ତରଙ୍ଗ ବ୍ଲକର ୨ ନମ୍ବର ଜୋନ ର ନଗର, ଆଳସାହି, ଆଳଙ୍ଗପୁର, ନଈଗୁଆଁ, ତାଳଦା, ପଂଚାୟତ ର ହଜାର ହଜାର ଲୋକ ପ୍ରତିଦିନ ଯାତାୟାତ କରିବା ସମେତ ଭାରୀଯାନ ଯାତାୟାତ ମଧ୍ୟ କରୁଛି। ସବୁ ଠାରୁ ବଡ଼ କଥା ସେତୁର ତଳଭାଗ କଳଙ୍କି ଲାଗି ନଷ୍ଟ ହେବା ବେଳେ ଉପରିଭାଗ ଛାତ ରୁ ରଡ଼ ଛାଡି ଖାଲ ଖମା ସୃଷ୍ଟି ହୋଇ ପାଣି ମଧ୍ୟ ଜମୁଛି। ଏଣୁ ଏଠାରେ କୌଣସି ମୁହୂର୍ତ୍ତ ରେ ଅଘଟଣ ଘଟିବା ଆଶଙ୍କା ରହିଛି ବୋଲି କହିଛନ୍ତି ସ୍ଥାନୀୟ ଅଧିବାସୀ। ପ୍ରତିବର୍ଷ ଗ୍ରାମ୍ୟଉନୟନ ବିଭାଗ ଅଧିକାରୀ ମାନେ ଲୋକ ଦେଖାଣିଆ ଭାବେ ଏହି ସେତୁର ସ୍ଥିତି ପରଖି ଫେରୁଥିବା ବେଳେ କାମ ହେବାର ନାଁ ଗନ୍ଧ ନାହିଁ । ପ୍ରାୟ ଚାଳିଶି ବର୍ଷ ପୂର୍ବେ ଏହି ସେତୁ ନିର୍ମାଣ ହୋଇଥିଲା। ସେତୁଟି ସଂକୀର୍ଣ୍ଣ ଥିବାରୁ ଏହା ଉପରେ ଗୋଟିଏ ଗାଡି ଗଲେ ଅପର ପାର୍ଶ୍ୱରେ ଅନ୍ୟ ଗାଡି ଯିବା ତ ଦୂର କଥା ସାଧାରଣ ଲୋକ ଟିଏ ଯାଇପାରୁନି। ସେତୁ ସମ୍ପୂର୍ଣ ବିପଦ ସଂକୁଳ ଅବସ୍ଥାରେ ରହିଛି।ଯାହାକି ସାଧାରଣ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏଠାରେ ଭଉଁରିଆ ନଦୀ ଉପରେ ଆଉ ଗୋଟିଏ ସେତୁ ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହୋଇ ଆସୁଛି। ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସହିତ ପୁରାତନ ସେତୁ ଟିକୁ ଭଲ ଭାବରେ ମରାମତି କରାଯିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ