ଜ୍ବାଇଁଙ୍କ ଗୁଳିରେ ଦୁଇଜଣ ଆହତ
ଜଗତସିଂହପୁର, (ଅନସୂୟା ରାଉତ):ଆଜି ସନ୍ଧ୍ୟାରେ ଜଗତସିଂହପୁର ସଦର ଥାନା ଅଧିନ ମଜୁରାଇ ଗ୍ରାମରେ ଏକ ଅଘଟଣ ଘଟିଛି। ପାରିବାରିକ ଘଟଣାରେ ଗୁଳି ମାଡ। ଦୁଇ ଜଣ ଗୁରୁତର। କଟକ ବଡ ମେଡିକାଲରେ ଚିକିତ୍ସିତ। ଖବରରୁ ଜଣାଯାଏ ମଜୁରାଇ ଗ୍ରାମର ପିତବାସ ଦାସ ଓ ଅବିନାଶ ଦାସଙ୍କ ସହିତ ତାଙ୍କର ପଡୋଶୀ ଜ୍ବାଇଁ ଚନ୍ଦ୍ର ମଣିଙ୍କ ସହିତ ସାଧାରଣ ବାଦବିବାଦ ଲାଗିଥିଲା। ଚନ୍ଦ୍ର ମଣି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ଏବେ ଗୋଟିଏ ସ୍ଥାନରେ ସିକୁରିଟି ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।ନିଜର ସର୍ଭିସ୍ ବନ୍ଧୁକ ପାଖରେ ରଖିଥିଲେ। ସାମାନ୍ୟ ବଚସା ପରେ ରାଗିଯାଇ ନିଜ ପାଖରେ ଥିବା ବନ୍ଧୁକରୁ ଗୁଳି ମାରି ଦୁଇଜଣଙ୍କୁ ଆହତ କରି ଫେରାର ହୋଇଯାଇଛନ୍ତି। ଜଗତସିଂହପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି।


