ଦୂରସଂଚାର କ୍ଷେତ୍ରରେ ବୃହତ ସଂସ୍କାରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ୱାଇଏନ୍‍ଏସ୍‍): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦୂରସଂଚାର କ୍ଷେତ୍ରରେ ଅନେକ ଢାଂଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ଅନୁମୋଦନ କରିଛନ୍ତି । ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ । ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ । ସେହିପରି ନମନୀୟତା ବଢ଼ାଇବା ସହିତ ନିବେଶକୁ ପ୍ରୋତ୍ସାହିତ କରିବ । ଏହାଛଡ଼ା ଦୂରସଂଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନିୟାମକ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି । କୋଭିଡ-୧୯ ଆହ୍ୱାନର ସଫଳ ମୁକାବିଲା କରିବା କ୍ଷେତ୍ରରେ ଦୂରସଂଚାର କ୍ଷେତ୍ର ଉତ୍କୃଷ୍ଟ ପ୍ରଦର୍ଶନ କରିଛି । ଡାଟା ବ୍ୟବହାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି । ଅନଲାଇନ ଶିକ୍ଷା, ଘରୁ ଥାଇ କାମ, ସାମାଜିକ ଗଣମାଧ୍ୟମ ଜରିଆରେ ପାରସ୍ପରିକ ସମ୍ପର୍କ, ଭର୍ଚୁଆଲ ବୈଠକ ଆଦି ବୃଦ୍ଧି ପାଇଛି । ଏହି ପୃଷ୍ଠଭୂମିରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବ୍ରଡବ୍ୟାଣ୍ଡ ଏବଂ ଦୂରସଂଚାର ଯୋଗାଯୋଗର ପ୍ରସାର ଓ ପ୍ରଭାବକୁ ପ୍ରୋତ୍ସାହିତ କରିବ । ଏକ ସୁଦୃଢ଼ ଟେଲି ଯୋଗାଯୋଗ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ କ୍ୟାବିନେଟଙ୍କ ଏହି ନିଷ୍ପଂଚିରେ ପ୍ରତିଫଳିତ ହୋଇଛି । ପ୍ରତିଯୋଗିତା ଓ ଗ୍ରାହକଙ୍କ ପସନ୍ଦ, ସମାବେଶୀ ବିକାଶ ନିମନ୍ତେ ଅନ୍ତ୍ୟୋଦୟ, ପଛୁଆ କ୍ଷେତ୍ରକୁ ମୁଖ୍ୟଧାରା ସହ ଯୋଡ଼ିବା ଏବଂ ଦୂରସଂଚାର ଯୋଗାଯୋଗରୁ ବଂଚିତ ବର୍ଗଙ୍କୁ ଏହାସହିତ ସଂଯୋଗ କରିବା ଲାଗି ସାର୍ବଜନୀନ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରତି ଏଥିରେ ଧ୍ୟାନ ଦିଆଯାଇଛି । ଏହି ପ୍ୟାକେଜ ୪ଜି ପ୍ରସାର, ନମନୀୟତା ପ୍ରଦାନ ଏବଂ ୫ଜି ନେଟୱର୍କରେ ନିବେଶ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ନଅଟି   ଢାଂଚାଗତ ସଂସ୍କାର ଏବଂ ୫ଟି ପ୍ରକ୍ରିୟାତ୍ମକ ସଂସ୍କାର ସହିତ ଦୂରସଂଚାର ସେବା ପ୍ରଦାନକାରୀମାନଙ୍କୁ ଦିଆଯାଇଥିବା ପ୍ରୋତ୍ସାହନମୂଳକ ଉପାୟ ନିମ୍ନରେ ଉଲ୍ଲେଖ କରାଗଲା:-

ଢାଂଚାଗତ ସଂସ୍କାର

୧. ସମାଯୋଜିତ ସକଳ ରାଜସ୍ୱ ବା ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁକୁ ତର୍କସଙ୍ଗତ କରିବା : ଅଣ-ଦୂରସଂଚାର ରାଜସ୍ୱକୁ ସମାଯୋଜିତ ସକଳ ରାଜସ୍ୱର ପରିଭାଷା ଠାରୁ ପ୍ରତ୍ୟାଶିତ ଆଧାରରେ ପୃଥକ ରଖାଯିବ ।

୨. ବ୍ୟାଙ୍କ ଗ୍ୟାରେଣ୍ଟି (ବିଜି)କୁ ତର୍କସଙ୍ଗତ କରାଯାଇଛି : ଲାଇସେନ୍ସ ଶୁଳ୍କ (ଏଲଏଫ) ଏବଂ ଏହିପରି ଅନ୍ୟ ଶୁଳ୍କ ପାଇଁ ଆବଶ୍ୟକ ୮୦ ପ୍ରତିଶତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବହୁମାତ୍ରାରେ ହ୍ରାସ କରାଯାଇଛି । ବ୍ୟାଙ୍କ ଗ୍ୟାରେଣ୍ଟି ଏଣିକି କେନ୍ଦ୍ରୀକୃତ ଭାବେ ଦେବାକୁ ହେବ । ଦେଶର ବିଭିନ୍ନ ଲାଇସେନ୍ସ ସେବା କ୍ଷେତ୍ର (ଏଲଏସଏ)ରେ ଅନେକ ଗୁଡ଼ିଏ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାର ଏବେ କୌଣସି ଆବଶ୍ୟକତା ନାହିଁ । ଏବେ ଗୋଟିଏ ବ୍ୟାଙ୍କ ଗ୍ୟାରେଣ୍ଟି ଯଥେଷ୍ଟ ହେବ ।

୩. ସୁଧ ଦରକୁ ଯୁକ୍ତିସଂଗତ କରାଯାଇଛି/ଜୋରିମାନା ଉଚ୍ଛେଦ କରାଯାଇଛି : ୧ ଅକ୍ଟୋବର ୨୦୨୧ ଠାରୁ ଲାଇସେନ୍ସ ଶୁଳ୍କ (ଏଲଏଫ)/ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି)ର ବିଳମ୍ବିତ ପରିଶୋଧ ଉପରେ ଲାଗୁ ସୁଧ ଦରକୁ ଏସବିଆଇର ଏମସିଏଲଆର ଯୁକ୍ତ ୪ପ୍ରତିଶତ ପରିବେଂର୍ଚ ଏମସିଏଲଆର ଯୁକ୍ତ ୨ ପ୍ରତିଶତ କରାଯାଇଛି । ସୁଧ ଦର ମାସିକ ପରିବେଂର୍ଚ ବାର୍ଷିକ ଭାବେ ଲାଗୁ ହେବ । ଜୋରିମାନା ଏବଂ ଜୋରିମାନା ଉପରେ ସୁଧକୁ ଉଚ୍ଛେଦ କରାଯିବ ।

୪. ଏଣିକି ନିଲାମୀ ପାଇଁ, କିସ୍ତି ପରିଶୋଧକୁ ସୁରକ୍ଷିତ ରଖିବା ଲାଗି କୌଣସି ବ୍ୟାଙ୍କ ଗ୍ୟାରେଣ୍ଟିର ଆବଶ୍ୟକତା ରହିବ ନାହିଁ । ବ୍ୟବସାୟ ପ୍ରତି ସରକାରଙ୍କ ଅଭିବ୍ୟକ୍ତିର ଏହା ହେଉଛି ପ୍ରତିଫଳନ ।

୫. ସ୍ପେକ୍ଟ୍ରମ ଅବଧି : ଭବିଷ୍ୟତର ନିଲାମୀରେ, ସ୍ପେକ୍ଟ୍ରମର ଅବଧିକୁ ୨୦ ରୁ ବଢ଼ାଇ ୩୦ ବର୍ଷ କରିଦିଆଇଛି ।

୬. ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି ୧୦ ବର୍ଷ ପରେ ସ୍ପେକ୍ଟ୍ରମ ସମର୍ପଣ (ସରେଣ୍ଡର) ନିମନ୍ତେ ଅନୁମତି ଦିଆଯିବ ।

୭. ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି କୌଣସି ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି) ଲାଗୁ ହେବ ନାହିଁ ।

୮. ସ୍ପେକ୍ଟ୍ରମ ଭାଗୀଦାରୀକୁ ପ୍ରୋତ୍ସାହନ-ସ୍ପେକ୍ଟ୍ରମ ଭାଗୀଦାରୀ ନିମନ୍ତେ ୦.୫ ପ୍ରତିଶତ ଅତିରିକ୍ତ ଏସୟୁସି ଉଚ୍ଛେଦ କରାଯାଇଛି ।

୯. ନିବେଶକୁ ପ୍ରୋତ୍ସାହିତ କରିବା ଲାଗି, ଦୂରସଂଚାର କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗ ଅନ୍ତର୍ଗତ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ଅନୁମତି ଦିଆଯାଇଛି ।

ପ୍ରକ୍ରିୟାଗତ ସଂସ୍କାର

୧. ନିଲାମ କ୍ୟାଲେଣ୍ଡର ନିର୍ଦ୍ଧାରିତ- ସ୍ପେକ୍ଟ୍ରମ ନିଲାମୀ ସାଧାରଣତଃ ପ୍ରତ୍ୟେକ ଆର୍ôଥକ ବର୍ଷର ଅନ୍ତିମ ତ୍ରୈମାସରେ ଆୟୋଜନ କରାଯିବ ।

୨. ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରାଯିବ – ବେତାର ଉପକରଣ ଆମଦାନୀ ଲାଗି ୧୯୫୩ ସୀମା ଶୁଳ୍କ ବିଜ୍ଞପ୍ତି ଅନ୍ତର୍ଗତ ଆମଦାନୀ ଲାଇସେନ୍ସ ପାଇବାର ଜଟିଳ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି । ଏହାକୁ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ମାଧ୍ୟମରେ ସମ୍ପାଦନ କରାଯିବ ।

୩. ନିଜ ଗ୍ରାହକମାନଙ୍କୁ ଜାଣନ୍ତୁ (କେୱାଇସି) ସଂସ୍କାର : ଆପ୍ ଆଧାରିତ ସେଲ୍ଫ-କେୱାଇସିକୁ ଅନୁମତି ଦିଆଯାଇଛି । ଇ-କେୱାଇସି ଦରକୁ ସଂଶୋଧିତ କରି ମାତ୍ର ୧ ଟଙ୍କା କରି ଦିଆଯାଇଛି । ପ୍ରି-ପେଡରୁ ପୋଷ୍ଟ-ପେଡ ଏବଂ ପୋଷ୍ଟ-ପେଡରୁ ପ୍ରି-ପେଡ ସ୍ଥାନାନ୍ତର ଲାଗି ପୁଣିଥରେ ନୂଆ କେ-ୱାଇସିର ଆବଶ୍ୟକତା ପଡ଼ିବ ନାହିଁ ।

୪. କାଗଜ ଗ୍ରାହକ ଅଧିଗ୍ରହଣ ଫର୍ମ ବା ପେପର କଷ୍ଟମର ଆକ୍ୟୁଜିସନ ଫର୍ମ (ସିଏଏଫ)କୁ ଡାଟାର ଡିଜିଟାଲ ଷ୍ଟୋରେଜରେ ପରିବଂର୍ଚିତ କରି ଦିଆଯିବ । ଦୂରସଂଚାର ସେବା ପ୍ରଦାନକାରୀମାନଙ୍କୁ ଟିଏସପିଗୁଡ଼ିକର ବିଭିନ୍ନ ଗୋଦାମରେ ପଡ଼ି ରହିଥିବା ପାଖାପାଖି ୩୦୦ରୁ ୪୦୦ କୋଟି ସିଏଏଫର ଆବଶ୍ୟକତା ପଡ଼ିବ ନାହିଁ ।

୫. ଦୂରସଂଚାର ଟାୱାର ଲାଗି ଏସଏସିଏଫଏ (ଫ୍ରିକୁଏନ୍ସି ଆବଣ୍ଟନ ଲାଗି ସ୍ଥାୟୀ ପରାମର୍ଶଦାତା ସମିତି) ମଞ୍ଜୁରିକୁ କୋହଳ କରାଯାଇଛି । ଦୂରସଂଚାର ବିଭାଗ ପୋର୍ଟାଲରେ ସତ୍ୟପାଠ ବା ସେଲ୍ଫ ଡିକ୍ଲାରେସନ ଆଧାରରେ ଡାଟା ସ୍ୱୀକାର କରିବ । ଅନ୍ୟ ଏଜେନ୍ସିଗୁଡ଼ିକର ପୋର୍ଟାଲ (ଯେପରିକି ବେସାମରିକ ବିମାନ ଚଳାଚଳ)କୁ ଦୂରସଂଚାର ବିଭାଗର ପୋର୍ଟାଲ ସହିତ ଯୋଡ଼ାଯିବ ।

ଦୂରସଂଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନମନୀୟତା ସମ୍ବନ୍ଧୀୟ ଆବଶ୍ୟକତା ପୂରଣ

କ୍ୟାବିନେଟ ସମସ୍ତ ଦୂରସଂଚାର ସେବା ପ୍ରଦାନକାରୀ (ଟିଏସପି) ମାନଙ୍କ ଲାଗି ନିମ୍ନଲିଖିତକୁ ମଞ୍ଜୁରି ଦେଇଛନ୍ତି :

୧. ସମାଯୋଜିତ ସକଳ ରାଜସ୍ୱ ବା ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ (ଏଜିଆର)ର ନିଷ୍ପଂଚିରୁ ସୃଷ୍ଟି ହେବାକୁ ଥିବା ଦେୟଯୋଗ୍ୟ ରାଶିର ବାର୍ଷିକ ପରିଶୋଧ ଉପରେ ଚାରି ବର୍ଷର ମହଲତ/ସ୍ଥଗିତ ରଖିବା ସୁବିଧା ଦିଆଯିବ । ତେବେ ସୁରକ୍ଷିତ ରଖାଯାଉଥିବା ଦେୟଯୋଗ୍ୟ ରାଶିର ନିଟ୍ ବଂର୍ଚମାନ ମୂଲ୍ୟ (ଏନପିଭି)କୁ ସଂରକ୍ଷିତ ରଖାଯିବ ।

୨. ୨୦୨୧ର ନିଲାମୀକୁ ଛାଡ଼ି ବିଗତ ନିଲାମୀରେ କିଣା ଯାଇଥିବା ସ୍ପେକ୍ଟ୍ରମର ଦେୟ ପରିଶୋଧ ଉପରେ, ସମ୍ପୃକ୍ତ ନିଲାମୀ ନିମନ୍ତେ ନିର୍ଦ୍ଧାରିତ ସୁଧ ଦରରେ ଏନପିଭି ସୁରକ୍ଷା ସହିତ ଚାରି ବର୍ଷର ମହଲତ ଏବଂ ଦେୟ ସ୍ଥଗନ ସୁବିଧା ଦିଆଯିବ ।

୩. ଦେୟ ପରିଶୋଧ ସ୍ଥଗିତ ରଖାଯିବା କାରଣରୁ ସୃଷ୍ଟି ହେବାକୁ ଥିବା ସୁଧ ରାଶିକୁ ଇକ୍ୟୁଟି ମାଧ୍ୟମରେ ପରିଶୋଧ କରିବା ଲାଗି ଦୂରସଂଚାର ସେବା ପ୍ରଦାନକାରୀମାନଙ୍କୁ ବିକଳ୍ପ ଦିଆଯିବ ।

୪. ସରକାରଙ୍କ ବିକଳ୍ପ ଆଧାରରେ, ମହଲତ/ସ୍ଥଗନ ଅବଧି ଶେଷରେ ଦେୟ ସ୍ଥଗିତ ରଖିବା କାରଣରୁ ସୃଷ୍ଟି ହେବାକୁ ଦେୟଯୋଗ୍ୟ ଅର୍ଥରାଶି ଇକ୍ୟୁଟି ଆକାରରେ ପରିଶୋଧ କରାଯିବ । ଏଥିପାଇଁ ନିୟମରେ ଆବଶ୍ୟକ ପରିବଂର୍ଚନ କରାଯିବ । ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଚୂଡ଼ାନ୍ତ କରାଯିବ ।

ଏସବୁ ସଂସ୍କାର ଦୂରସଂଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ଲାଗୁ ହେବ ଏବଂ ଏହା ନମନୀୟତା ତଥା ନଗଦ ପ୍ରବାହକୁ ସହଜ କରି ଆଶ୍ୱସ୍ତି ପ୍ରଦାନ କରିବ । ଏହାଦ୍ୱାରା ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଦୂରସଂଚାର କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ କରିବା ଲାଗି ମଧ୍ୟ ଯଥେଷ୍ଟ ସହାୟତା ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ