ଅନ୍ୟାନ୍ୟ କାମରେ ଲାଗିପାରିବ କଣ୍ଡିଶନର

କେଶକୁ ନରମ ଓ ଚିକ୍କଣ ରଖିବା ପାଇଁ କଣ୍ଡିଶନର ବ୍ୟବହାର କରାଯାଏ । ଏହା ଲମ୍ବା କେଶକୁ ଜଟା ସମସ୍ୟାରୁ ରକ୍ଷା କରିବା ସହ କେଶରେ ଚମକ ଆଣିଥାଏ । ଏହି କଣ୍ଡିଶନର ବିଭିନ୍ନ ପ୍ରକାରର ବ୍ୟବହାର ରହିଛି । ତେବେ ଜାଣନ୍ତୁ ଏ ସମ୍ପର୍କରେ ।
ମେଲ୍ଡ ଡିଟର୍‌ଜେଣ୍ଟ: ଅଧିକ ନରମ କପଡ଼ା ଯାହାର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ । ସେହି ସବୁ କପଡ଼ାକୁ ଧୋଇବା ପାଇଁ କଣ୍ଡିଶନର ସାହାଯ୍ୟ ନେଇପାରିବେ । ଗରମ ପାଣିରେ ୩/୪ ବୁନ୍ଦା କଣ୍ଡିଶନର ପକାଇ ମେଲ୍ଡ ଡିଟରଜେଣ୍ଟ ପ୍ରସ୍ତୁତ କରନ୍ତୁ, ସେଥିରେ କପଡ଼ା ପକାଇ ଧୋଇଦିଅନ୍ତୁ ।
ମେକ୍‌ଅପ୍ ବ୍ରଶ୍‌: କଣ୍ଡିଶନର ସାହାଯ୍ୟରେ ମେକଅପ ବ୍ରଶ୍‌କୁ ସହଜରେ ସଫା କରି ହୋଇଥାଏ । ଏହାକୁ ସଫା କରିବା ସମୟରେ ତୂଳୀ ନଷ୍ଟ ହେବାର ଅଧିକ ସମ୍ଭାବନା ଥିବାରୁ ଗରମ ପାଣିରେ କିଛିବୁନ୍ଦା କଣ୍ଡିଶନର ପକାଇ ଦିଅନ୍ତୁ । ପରେ ଏହା ସମ୍ପୂର୍ଣ୍ଣ ସଫା ହୋଇଯାଏ ।
ସେଭିଂ କ୍ରିମ୍ : କାଖତଳ, ଗୋଡ଼, କିମ୍ବା ହାତକୁ ସେଭିଂର ଆବଶ୍ୟକ ପଡ଼ିଥାଏ । ଯଦି ଘରେ ସେଭିଂ କ୍ରିମ୍ ସରିଯାଇଥାଏ, ଆପଣଙ୍କ ସେଭିଂ ଜରୁରୀ ଥାଏ ତେବେ ଆପଣଙ୍କୁ ଚିନ୍ତା କରିବାର ନାହିଁ । ସେଭିଂ କ୍ରିମ୍ ସ୍ଥାନରେ କଣ୍ଡିଶନର ବ୍ୟବହାର କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ