ଦେଶବାସୀଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ମୋଦି ସରକାରଙ୍କ ପ୍ରାଥମିକତା:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ୍‌): ଭାରତରେ ୬ କୋଟି ମେଟ୍ରିକ ଟନ ବାୟୋମାସ ମହଜୁଦ ରହିଛି । ଏହି ବୋୟୋମାସରୁ ଜୈବିକ ଇନ୍ଧନ ପ୍ରସ୍ତୁତ କରିବାର ଯୋଜନା ରହିଛି । ଏଥିପାଇଁ ସାରା ଦେଶରେ ୫ ହଜାରରୁ ପ୍ଲାଂଟ୍ ସ୍ଥାପନ କରାଯିବାର ଯୋଜନା ରହିଛି । ସୁଲଭ ମୂଲ୍ୟରେ ଲୋକଙ୍କୁ ଏହି ଇନ୍ଧନ ଯୋଗାଇ ଦିଆଯିବ । ଦେଶରେ ଉର୍ଜା  କ୍ଷେତ୍ରରେ ୧୦୦ ବିଲିଅନ ଡଲାର ପୁଞ୍ଜିନିବେଶ ହେବାର ଯୋଜନା ରହିଛି । ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଷ୍ଟ୍ରିଜ (ଫିକି)ର ୯୨ତମ ବାର୍ଷୀକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଥା କହିଛନ୍ତି ।ସେ କହିଛନ୍ତି, ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର ପ୍ରାୟ ୧୩ କୋଟି ଘରେ ସ୍ୱଚ୍ଛ ରୋଷେଇ ଇନ୍ଧନ ବ୍ୟବହାର ହେଉଥିଲା । ଲକ୍ଷାଧିକ ସଂଖ୍ୟାରେ ମହିଳା ମାନେ ଅସ୍ୱାସ୍ଥ୍ୟକର ରୋଷେଇ ଇନ୍ଧନ ବ୍ୟବହାର କରି ରୋଗରେ ପଡୁଥିଲେ । ମୋଦି ସରକାର କ୍ଷମତାକୁ ଆସିବା ପରେ ୯୯ ପ୍ରତିଶତ ଘରେ ସ୍ୱଚ୍ଛ ରୋଷେଇ ଇନ୍ଧନ ପହଁଚେଇବାରେ ସଫଳ ହୋଇଛନ୍ତି । ଦେଶରେ ୨ କୋଟି ଘରେ ବିଜୁଳି ସଂଯୋଗ ନଥିଲା । ସେ ସବୁ ଘରେ ବିଜୁଳି ସଂଯୋଗ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି । ଭାରତରେ ଆଗାମୀ କିଛି ବର୍ଷରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ୫ ଟ୍ରିଲିଅନ ଡଲାର ଅର୍ଥନୀତି ରେ ପରିଣତ ହେବାକୁ ଯାଉଛି । ଏହା ସହ ଭାରତର ଉର୍ଜା ଚାହିଦା ମଧ୍ୟ ବୃଦ୍ଧି ପାଇବ । ଯେତେବେଳେ ବିଶ୍ୱର ଅଧିକାଂଶ ବିକଶିତ ଦେଶରେ ବିଏସ ୬ ଇନ୍ଧନ ବ୍ୟବହାର ଆରମ୍ଭ ହୋଇନାହିଁ ।୨୦୨୦ ମସିହା ଏପ୍ରିଲ ୧ ତାରଖ ଭାରତରେ ସାରା ଦେଶରେ ବିଏସ ୬ ଟେକନୋଲୋଜିର ଇନ୍ଧନ ବ୍ୟବହାର ଆରମ୍ଭ ହେବ । ଏହା ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦିଗରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ