ଦେଶର ଇସ୍ପାତ ଶିଳ୍ପର କଂଚାମାଲ ପାଇଁ ବଡ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,  ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ୍) ନିଜ ଉତ୍ପାଦିତ ଲୁହାପଥରର ୨୫ ପ୍ରତିଶତ ଘରୋଇ ବଜାରରେ ପ୍ରଦାନ କରିବା ପାଇଁ ଖଣି ମନ୍ତ୍ରଣାଳୟକୁ ଅନୁମତି ଦେଇଛି । ଖଣି ମନ୍ତ୍ରଣାଳୟର ଏହି ନିଷ୍ପତି ଦେଶର ଇସ୍ପାତ ଶିଳ୍ପର ବିକାଶ ପାଇଁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅନୁମତି ପାଇଁ ଶ୍ରୀ ପ୍ରଧାନ ପ୍ରୟାସ କରୁଆସିଥିଲେ ଓ ଖଣି ମନ୍ତ୍ରଣାଳୟର ସମ୍ମତି ପରେ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ଖଣି ମନ୍ତ୍ରଣାଳୟର ଏହି ଅନୁମତି ୨ ବର୍ଷ ପାଇଁ ବଳବତର ରହିବ । ଏହି ଅନୁମତି ଆଧାରରେ ଓଡିଶା, ଝାଡଖଣ୍ଡ ଓ ଛତିଶଗଡ ଭଳି ରାଜ୍ୟରେ ୭ ନିୟୁତ ଟନ୍ ଲୁହା ପଥରକୁ ରାଷ୍ଟ୍ରାୟତ ଉଦ୍ୟୋଗ ସହ ଘରୋଇ ବଜାରରେ ଉପଯୋଗ କରାଯାଇପାରିବ । ଏହା ସେଲର ଆବଶ୍ୟକତା ପୂରଣ କରିବା ସହ ଘରୋଇ ବଜାରର ଇସ୍ପାତ ଉତ୍ପାଦନକାରୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ଅନ୍ୟ ଏକ ପୃଥକ ନିଷ୍ପତିରେ ସେଲ୍ ପାଖରେ ଓଡିଶା, ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟ ମାନଙ୍କରେ ଗଚ୍ଛିତ ଥିବା ୭୦ ନିୟୁତ ଟନ୍ ନିମ୍ନମାନର ଲୁହା ପାଇଁ ଏବଂ ଲୁହା ପଥରକୁ ବିକ୍ରି କରିବା ପାଇଁ ଅନୁମତି ମିଳିଛି । ଏଥିପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେଇ ସେଲ୍ ଏହାକୁ ବିକ୍ରି କରିପାରିବ ବୋଲି ଖଣି ବିଭାଗ ତରଫରୁ କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏମ୍ଏମ୍ଡିଆର୍ ଆକ୍ଟ୍ ୧୯୫୭ ଅନୁସାରେ   ୩୧ଟି କାର୍ଯ୍ୟକ୍ଷମ ଖଣିର ଲିଜ୍ ଅବଧି ଶେଷ ହେବ । ଏହି ଅବଧି ଶେଷ ହେବା ପରେ ବଜାରରେ ୬୦ନିୟୁତ ଟନ୍ ଲୁହା ପଥର କମ୍ ପଡିବ ।କହିଛନ୍ତି ଭାରତୀୟ ଇସ୍ପାତ ଶିଳ୍ପର କଂଚାମାଲ ଆବଶ୍ୟକତା ପୂରଣ କରିବା ସରକାରଙ୍କରପ୍ରାଥମିକତା । ଖଣି ମନ୍ତ୍ରଣାଳୟର ଏହି ନିଷ୍ପତି କଂଚାମାଲ ଆବଶ୍ୟକତା ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ