ଦୈଵଜ୍ଞ ବ୍ରାହ୍ମଣ ସମିତି ଗଂଜାମର ସାଧାରଣ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):ଗତ ରବିବାର ଦିନ ବ୍ରହ୍ମପୁର ସ୍ତିତ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଦୈଵଜ୍ଞ ବ୍ରାହ୍ମଣ ସମିତି ଗଂଜାମ ଦ୍ୱାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଥିଲା |ଉକ୍ତ ବୈଠକରେ ବ୍ରାହ୍ମଣ ଜାତିର ଉନ୍ନତି , ଯୁବ ସମାଜ କୁ କର୍ମକାଣ୍ଡ ,ଜୋତିଷ ଆଦି ଶିକ୍ଷା ନିମନ୍ତେ ନିଷ୍ପତି କରାଗଲା | ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସନ୍ତୋଷ ମିଶ୍ର ,ସଂମ୍ମାନିତ ଅତିଥି ଭାବେ ମାନସ ନନ୍ଦ ,ପୂର୍ଣ୍ଣ ଚନ୍ଦ୍ର ନାୟକ ,ପରିଚାଳନା ସଭାପତି ଶ୍ରୀ ଗଣପତି ଭଟ,କାର୍ଯ୍ୟକାରୀ ସଭାପତି ଶ୍ରୀ ଭବାନୀ ଶଙ୍କର ପଣ୍ଡିତ ,ଉପସଭାପତି ରାଜେନ୍ଦ୍ର ପଣ୍ଡିତ , କାର୍ଯ୍ୟକାରୀ ଉପସଭାପତି ଶ୍ରୀ ଅଜୟ କୁମାର ପଣ୍ଡିତ ,ସମ୍ପାଦକ ଶ୍ରୀ ସିମାଞ୍ଚଳ ପଣ୍ଡିତ ,ସହ ସମ୍ପାଦକ ଶ୍ରୀ ନିତ୍ୟାନନ୍ଦ ପଣ୍ଡିତ ,ଯୁଗ୍ମସମ୍ପାଦକ ଶ୍ରୀ ଅଲେଖ ପଣ୍ଡିତ ପ୍ରମୁଖ ଯୋଗ ଦେଇ ସଭାକୁ ସୁଚାରୁ ରୂପେ ପରିଚାଳନା କରିବା ସହ ଆଗାମୀ ଦିନ ପାଇଁ ରୂପରେଖ ପ୍ରସ୍ତୁତ କରି ଥିଲେ |ତେବେ ଆଗକୁ ଏଭଳି ବୈଠକ ଜାରି ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି |


