ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଛି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା । ସେହିପରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସାହି ଗୁଡିକରେ ଏବଂ ଆଖ ପାଖ ଅଂଚଳ ରେ ବହୁ ଧୁମଧାମରେ ଶ୍ରୀ ଗଣେଶ ପୂଜା କରାଯାଉଛି । ଛତ୍ରପୁର ପ୍ରେସ କ୍ଳବରେ ସାମ୍ବାଦିକ ଭାଇ ମାନେ ଉପସ୍ଥିତ ରହି ଶ୍ରୀ ଗଜାନନଙ୍କ ପୂଜା କରିବା ସହିତ ହୋମ ଏବଂ ପୂଜା ପାଠ କରିଛନ୍ତି, ସେହିପରି ଛତ୍ରପୁର ସ୍ଥିତ ଗୋପବନ୍ଧୁନଗର, ଗିଲଟିପେଟା ସାହି , ବ୍ୟାରେକ ସାହି ଠାରୁ ଆରମ୍ଭ କରି ୟୁରୋ ସ୍କୁଲ, ଅନସ୍ଲୋ ସରକାରୀ ହାଇସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ବଡ଼ ଧୁମଧାମ ରେ ଗଣେଶ ପୂଜା କରାଯାଇଛି,ତା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକସଜ୍ଜା ପୂଜା ମାହୋଲକୁ ଆହୁରି ରଙ୍ଗୀନ କରିଛି । ପୂଜାରେ ଯେପରି ବାଧାବିଘ୍ନ ନ ହୁଏ ସେଥିପାଇଁ ବିଭିନ୍ନ ପୂଜା କମିଟିଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।ଏହା ସହିତ ଛତ୍ରପୁର ର କେତେକ ଘରେ ମଧ୍ୟ ଶ୍ରୀ ବିନାୟକ ମୂର୍ତ୍ତି ରଖି ପୂଜା କରାଯାଇଥିବା ଦେଖିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ