ଧରା ପଡ଼ିଲା ନକଲି ମାଟ୍ରିକ ପରୀକ୍ଷାର୍ଥୀ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନସ୍ଥ ନହନ୍ତରା ହାଇସ୍କୁଲ ରେ ପରୀକ୍ଷା ଦେଉଥିବା ସମୟରେ ଜଣେ ନକଲି ପରୀକ୍ଷାର୍ଥୀ ଧରା ପଡିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାଜା ଭୋଇ ନାମକ ଜଣେ ପରିକ୍ଷାର୍ଥୀ ଙ୍କୁ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ପୁଷ୍ପାଞ୍ଜଳି ସେଠୀ ଆଡ଼ମିଟ କାର୍ଡ ମାଗିଥିଲେ। ସେ ଯେଉଁ ଆଡମିଟ କାର୍ଡ ଦେଇଥିଲେ ତାହା ନକଲି ବୋଲି ଜାଣିବା ପରେ ତାଙ୍କୁ ପୋଲିସ ଜିମା ଦେବା ସହ ଅଧିକ୍ଷକ ଲିଖିତ ଅଭିଯୋଗ କରିଥିଲେ। ନିମାପଡ଼ା ବ୍ଲକ ସଲଙ୍ଗ ପଞ୍ଚାୟତ ମଧୁବନ ଶିକ୍ଷାଶ୍ରମରେ ଅଧ୍ୟୟନ ରତ ଜଣେ ସଂଖ୍ୟାଲଘୁ ଶ୍ରେଣୀର ଛାତ୍ର ଯାହାଙ୍କ ନାମ ଶେଖ୍ ମୁସଲ ଉଦିନଙ୍କ ସ୍ଥାନରେ ଏହି ନକଲି ପରୀକ୍ଷାର୍ଥୀ ରାଜା ଭୋଇ ପରୀକ୍ଷା ଦେଉଥିଲେ ବୋଲି ପୋଲିସ ତଦନ୍ତ କରି ଜାଣି ପାରି ଥିଲେ।ଯୁବକ ଜଣଙ୍କସାକ୍ଷୀଗୋପାଳ ଥାନା ଅଧୀନ ଡାଙ୍ଗୁରା ଅଞ୍ଚଳର ବୋଲି ପୋଲିସକୁ କହିଛି।ତେବେ ସାରା ଓଡ଼ିଶାରେ ମ୍ୟାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ନିମାପଡ଼ା ଅଞ୍ଚଳରେ ଏହିଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହିତ ଏମିତି ଘଟଣା ପଛରେ କାହାର ହାତ ଅଛି ଏବଂ ଏମିତି ଆହୁରି କେତେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ଖୋଳତାଡ ଚଳାଇଛି।ଏପଟେ ମଧୁବନ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ଏବାବଦରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


