ଧର୍ମ ପରାୟଣା ମହିଳାଙ୍କ ପର ଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଅଞ୍ଚଳରେ ଜଣେ ବିଶିଷ୍ଟ ଶଙ୍ଖାରୀ ଭାବେ ପରିଚିତ ଥିବା ସ୍ୱର୍ଗତ ଇନ୍ଦ୍ରମଣୀ ସାହୁଙ୍କ ଧର୍ମପତ୍ନୀ ଗୁରୁବାରୀ ସାହୁଙ୍କର ଆଜି ନିଜ ଗ୍ରାମ ଉସ୍ତପଲ୍ଲି ଠାରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା I ସ୍ୱର୍ଗତା ଗୁରୁବାରୀ ଜଣେ ଧର୍ମପରାୟଣା ମହିଳା ଥିଲେ। ପାଇଲିପଡ଼ା ଅଞ୍ଚଳରେ କାଲୁଣୀ ମାଆ ନାମରେ ଆବାଳବୃଦ୍ଧବନିତାଙ୍କ ନିକଟରେ ବେଶ ପରିଚିତ ଥିଲେ।ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ଯୁ ଶଯ୍ଯା ନିକଟରେ ଝିଅ କୁନି, ରଞ୍ଜି, ସବିତା,ଗୀତା,ରୁନୁ,ପୁଅ ସୂର୍ଯ୍ୟ ନାରାୟଣ ,ବୋହୂ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ।ତାଙ୍କର ଅନ୍ତିମ ସଂସ୍କାରରେ ପାଇଲିପଡା ପଞ୍ଚାୟତରର ଶତାଧିକ ଲୋକଙ୍କ ସମେତ ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ କୃଷ୍ଣମୂର୍ତ୍ତୀ ପାତ୍ର,ସମାଜସେବୀ ବାଲ୍ଯସ୍ୱାଇଁ ପାଇଲିପଡା ସେବା ସମବାୟ ସମିତି ଡି.ଇ.ଓ ରବିନ୍ଦ୍ର ନାୟକ,ଶିକ୍ଷକ ଆକୁଳ ସାହୁ,ଏଲ୍.ଆଇ.ସି. ଏଜେଣ୍ଟ ମାଧବାନନ୍ଦ ସାହୁ ଏବଂ ଗାଙ୍ଗପୁର ବିବେକାନନ୍ଦ ଶିଶୁଶିକ୍ଷା ପ୍ରତିଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ