‘ୟୁଥ ଫର ଡେଭେଲୋପମେଣ୍ଟ’ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱେଚ୍ଛାସେବୀ ସଂଗଠନ ‘ୟୁଥ ଫର ଡେଭେଲୋପମେଣ୍ଟ’ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ତପସି ଗ୍ରାମର ହରିହାଟ ମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ହସପିଟାଲର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ତପସି ତଥା ଆଖପାଖ ଅଞ୍ଚଳର ଲୋକଙ୍କର ଏଥିରେ ଚକ୍ଷୁ ପରୀକ୍ଷା କରାଯାଇଛି । ଚକ୍ଷୁ ପରୀକ୍ଷା ସାଙ୍ଗକୁ ଲୋକଙ୍କ ଡାଇବେଟିସ ପରୀକ୍ଷା ମଧ୍ୟ କରାଯାଇଥିଲା । ଶିବିରରେ ମୋତିବିନ୍ଦୁ ଚିହ୍ନଟ ବ୍ୟକ୍ତିଙ୍କର ନିକଟ ଭବିଷ୍ୟତରେ ମାଗଣାରେ ଅପରେସନ ହେବ ବୋଲି ସଙ୍ଗଠାନର ସଭାପତି ବିକ୍ରମ ବିଶ୍ୱାଳ ସୂଚନା ଦେଇଛନ୍ତି । ଉପ-ସଭାପତି ଚନ୍ଦନ ମଲିକ, ସମ୍ପାଦକ ରାମଚନ୍ଦ୍ର ମହାର୍ଣ୍ଣା, ହରିଶଙ୍କର ମାଝୀ, ରାକେଶ ଦାସ, ବିଜୟ ପାତ୍ର, ବିଜୟ ବେହେରା, କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ‘ୟୁଥ ଫର ଡେଭେଲୋପମେଣ୍ଟ’ ର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ