ଧର୍ଯ୍ୟ ଓ ସତର୍କତା ଅବଲମ୍ବନ କଲେ କରୋନା ଠାରୁ ଜିତିବା

ବୁଗୁଡା, (ଅନିଲ କୁମାର ମହାରଣା) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଦିନ ପୋଲସରା ଗ୍ରସ୍ତରେ ଆସି ଏନ.ଏ.ସି. ର କାଉନସିଲ ବୈଠକ ଗୃହରେ କୋଭିଡି-୧୯ ର ପରିଚାଳନା କମିଟିର ସଦସ୍ୟଙ୍କ ସମେତ ପ୍ରଶାସନ ଅଧିକାରୀ ଓ କାର୍ଯ୍ୟ ସମ୍ପାଦନ କରୁଥିବା କର୍ମଚାରୀ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସଟ୍ ଡାଉନ୍ ସମୟରେ ଧର୍ଯ୍ୟ ଓ ସତର୍କତା ଅବଲମ୍ବନ କଲେ କରୋନା ମହାମାରୀ ସହ ଲଢ଼େଇରେ ଆମେ ଜିତି ପାରିବା ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ। ପୋଲସରା ଏନ୍ଏସି ରେ ନୂତନ ପଜିଟିଭ୍ ଚିହ୍ନଟ ପରେ ତାଙ୍କର ସଂସ୍ପର୍ଶରେ ଆସି ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଚିହ୍ନଟ ବ୍ୟକ୍ତିଙ୍କୁ ଭୟଭୀତ ନକରି ସଠିକ୍ ତଥ୍ୟ ଯେପରି ପ୍ରଦାନ କରିବେ ସେଥିପ୍ରତି ଜିଲ୍ଳାପାଳ ଗୁରୁତ୍ୱ ଦେଇଥିଲେ। ଆଲୋଚନା ପରେ ଜିଲ୍ଳାପାଳ ରାଣୀପଡ଼ା ସ୍ଥିତ କଲ୍ୟାମଣ୍ଡପ ମଧ୍ୟରେ ସ୍ଥାପନ କରାଯାଇଥିବା ୩୦ ଶଯ୍ୟା ବିଶିଷ୍ଟ କୋଭିଡ଼ି କେୟାର୍ ହୋମ୍ କୁ ବୁଲି ଦେଖିଥିଲେ। କରୋନା ପାଇଁ ପୋଲସରା ଏନ୍ଏସି ରେ ପ୍ରଥମ କରି କୋଭିଡି କେୟାର ହୋମ୍ ର ସମସ୍ତ ରୋଗୀଙ୍କ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଇ ଶୋଇବା ପାଇଁ ୩୦ ଶଯ୍ୟା ବିଶିଷ୍ଟ ସଫାସୁତୁରା ନୂତନ ବେଡ଼୍ , ମୁଣ୍ଡ ପିଛା ଖାଇବା ଲାଗି ୧୫୦ ଟଙ୍କା ବ୍ୟୟ ବରାଦ, ଉତ୍ତମ ଶୌଚାଳୟ ବ୍ୟବସ୍ଥା ସହ ଗରମ ପାଣି ବ୍ୟବହୃତ ଲାଗି ଉନ୍ନତମାନର ଓ୍ବାଟର ହିଟର ମେସିନ ପ୍ରଭୃ ଦେଖି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଖୁସି ପ୍ରକଟ କରି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଙ୍କୁ ପ୍ରଶଂସା କରିଥିଲେ। ଜିଲ୍ଲାପାଳଙ୍କ ଗ୍ରସ୍ତ ବେଳେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ବିଡ଼ିଓ ଶମ୍ଭୁନାଥ ନନ୍ଦି,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଗୋଷ୍ଠୀ ସଙ୍ଗଠିକା ଗାୟତ୍ରୀ ସାମଲ ପ୍ରମୁଖ ଉପସ୍ଥିତ ଥିବା ସହ ପୋଲସରା ବିଜୁ ଯୁବ ବାହିନୀ ଏବଂ ସମସ୍ତ ସ୍ୱଚ୍ଛସାଥୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ