ଚୁଲି ନିଆଁରୁ ଅଗ୍ନିକାଣ୍ଡ : ଜଳିଗଲା ତିନି ଘର

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ବାଘମାରି ପଞ୍ଚାୟତ ଶିଙ୍କୁଳିପଦର ଗ୍ରାମରେ ହରିଜନ ସାହିରେ ତିନି ଘର ପୋଡ଼ି ନଷ୍ଟ ହୋଇଛି । ଘଟଣାରୁ ପ୍ରକାଶ ଶିଙ୍କୁଳିପଦର ଗ୍ରାମରେ ହରିଜନ ସାହିର ଜଣଙ୍କ ରୋଷେଇ ଘର ଚୁଲିରୁ ନିଆଁ ବାହାରି ପଡିଶା ଘରର ତିନି ଘର ଜଳି ଯାଇଛି । ଏହି ଅଗ୍ନିକାଣ୍ଡର ଶିକାର ହୋଇଥିବା ପରିବାର ହେଲେ ମଙ୍ଗଳା ରଇତ, ଲନସର୍ ରଇତ, ଲମ୍ପଡା ରଇତ ଏଇ ତିନି ଜଣଙ୍କ ଘର ଜଳି ଯାଇଛି ପ୍ରାୟ ୪୦ ହଜାର ଟଙ୍କାର କ୍ଷତି ହେଇଥିବା ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର କହିଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ପ୍ରଶାସନ ପକ୍ଷରୁ କୌଣସି କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ