ଧାନଘର ରେ ଦିବ୍ୟାଙ୍ଗ ଭଜନ ସମାରୋହ

ଚିକିଟି,(କୁରେଶୁ ସାହୁ):ଚିକିଟି ବ୍ଲକ ଧାନଘର ଛକ ଠାରେ ବ୍ରମହପୁର ର ଦିବ୍ୟାଙ୍ଗ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ସୁରେନ୍ଦ୍ର ମଣ୍ଡଳ ଙ୍କ ନେତୃତ୍ୱରେ ତହସିଲଦାର ହର ପ୍ରସାଦ ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରି ଦିବ୍ୟାଙ୍ଗ ସଙ୍ଗୀତ କଳାକାର ଙ୍କ ଯାଦୁ ର ସ୍ପର୍ଶ ଲୋକଙ୍କ ନିକଟରେ ସବୁ ଦିନ ପହଁଚିବା ପାଇଁ ସହଯୋଗ ର ଆବଶ୍ୟକ ବୋଲି କହିଥିଲେ । ସରପଞ୍ଚ ଆପନା ସେଠୀ, ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ, ଓକିଲ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉତ୍ଚାହିତ କରିଥିଲେ । ଦୃଷ୍ଟି ବାଧିତ କଳାକାର ଙ୍କ ସଙ୍ଗୀତ ପରିବେଷଣ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ସ୍ରୋତା ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟ ଜାଗ୍ରତ ହୋଇଥିଲା । କଳାକାର ମାନଙ୍କ ଲିଡ଼ର ଭବାନୀ ଶଙ୍କର ପଣ୍ଡା ଗ୍ରୁପ ପ୍ରତିଷ୍ଠା ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ସ୍ଥାନୀୟ ଅଞ୍ଚଳର ସହ ଶହ ସ୍ରୋତା ପରିବେଷିତ ଗୀତ ର ତାଳେ ତାଳେ ମସଗୁଲ ହୋଇ ଦିବ୍ୟାଙ୍ଗ କଳାକାର ଙ୍କୁ ଉତ୍ଚାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ