ପିଆଜ ଦରରେ ସାମାନ୍ୟ ଆସ୍ୱସ୍ଥି

ବ୍ରହ୍ମପୁର,( ମନୋଜ କୁମାର ସାହୁ ): ଦୀର୍ଘ ଦୁଇ ମାସ ଧରି ପିଆଜର ଦର ଆକାଶ ଛୁଆ ରହିଥିବା ବେଳେ ଗ୍ରାହକ ମାନଙ୍କୁ ଟିକିଏ ଆସ୍ୱସ୍ଥି ମିଳିଛି କ୍ଷ ଚିକେନ କିଲୋ ସହ ପିଆଜର ଦର ସମାନ ରହିଥିବା ବେଳେ ଆଜି ବଜାରର ପିଆଜ ଦର ଦର ସନ୍ତୁଳନ ରହିଥିବା ଦେଖିବାକୁ ମିଳିଛି । ଗ୍ରାହକ ମାନେ ପାଉଡି ନେବା ବଦଳରେ କିଛି ଗ୍ରାହକ କେଜି ହିସାବରେ ପିଆଜ ନେଉଥିବା ଦେଖିବାକୁ ମିଳିଛି କ୍ଷ ବଜାରରେ ଦୀର୍ଘ ୨ ମାସ ଧରି ପିଆଜ ଦର ବୃଦ୍ଧି ପାଇ ୧୫୦ଟଙ୍କା ଛୁଇଥିବା ବେଳେ ବର୍ତମାନ ପିଆଜର ଦର କିଲୋ ପିଛା ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି କ୍ଷ ପୂର୍ବରୁ କିଲୋ ପିଛା ୧୬ ଟଙ୍କାରୁ ୨୦ ଟଙ୍କା କିଲୋପିଛା ବିକ୍ରି ହେଉଥିବା ବେଳେ ବର୍ତମାନ ୫୦ ରୁ ୬୦ ଟଙ୍କା ରହିଥିବା ବେଳେ ମଧ୍ୟବିତ୍ତ ପରିବାରର ଲୋକ ମାନେ ପିଆଜ ପାଉଡି, ହାପ କେଜି ନେଉଥିବା ଦେଖିବାକୁ ମିଳିଛି କ୍ଷ ସହରର ଅନ୍ୟ କିଛି ବ୍ୟବସାୟୀ କିଲୋ ପିଛା ୮୦ ରୁ ୧୦୦ ଟଙ୍କା ରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି କ୍ଷ ପିଆଜ ର ପେଣ୍ଠସ୍ଥଳୀ କୁହାଯାଉଥିବା ନାସିକ ରେ ଚଳିତ ବର୍ଷ ୪ ଥର ପିଆଜ ଚାଷ ନଷ୍ଟ ହୋଇଥିବା ଯୋଗୁ ପିଆଜ ର ଦର ଆକାଶ ଛୁଆ ରହିଥିବା କୁହାଯାଉଛି କ୍ଷ ବର୍ତମାନ ଧୀରେ ଧୀରେ ପିଆଜ ନାସିକ ରୁ ଆସୁଥିବା ବେଳେ ପିଆଜର ଦର ଟିକିଏ କମିବା ସହ ଗ୍ରାହକ ମାନଙ୍କୁ ସାମାନ୍ୟ ଟିକିଏ ଆସ୍ୱସ୍ଥି ମିଳିଛି କ୍ଷ ମିଳିଥିବା ଖବର ଅନୁଯାୟୀ ଡିସେମ୍ବର ଶେଷ ଓ ଜାନୁୟାରୀ ନୂତନ ବର୍ଷ ରେ ପିଆଜ ର ଦର ପୂର୍ବ ଭଳି ବଜାୟ ରହିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ