ଧାନ କିଆରିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଅମଳ ପୂର୍ବରୁ ଖାଇଯାଉଛି ପୋକ। ଧାନ କିଆରିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ । ଧାନ ଗଛକୁ ପାଳକୁଟାରେ ପରିଣତ କରୁଛି ଏହି ପୋକ। ଔଷଧ ସିଞ୍ଚନ ପରେ ବି ଦୂର ହେଉନି ସମସ୍ୟା। ଯାହାକୁ ନେଇ ଚିନ୍ତାରେ ଚାଷୀ। ଗଜପତିରୁ ଦେଖିବା ଏହି ରିପୋର୍ଟ।ଚଳିତ ଖରିଫ ଋତୁର ଧାନଚାଷରେ ଦେଖାଦେଇଛି ସଂକଟ। ସବୁଜ ଧାନ କ୍ଷେତର ମୂଳରେ ଲାଗିଛି ବ୍ଲାଷ୍ଟ ପ୍ରଜାତିର କୀଟ। ଧାନ ଗଛର ଗର୍ଭ ଧାରଣ ସମୟରେ ମୂଳ ଖାଇଯାଉଛି । ଗଜପତି ଜିଲ୍ଲା ଉପଲଡା ଅଞ୍ଚଳର ଏକର ଏକର ଜମିକୁ ଆକ୍ରାନ୍ତ କରିଛି ଏହି ପୋକ । ପାଳକୁଟାରେ ପରିଣତ ହେବାକୁ ଯାଉଛି ଜମିର ସବୁଜ ଧାନକେଣ୍ଡା। ବାରମ୍ବାର କୀଟନାଶକ ପ୍ରୟୋଗ ପରେ ବି ଦୂର ହେଉନି ସମସ୍ୟା। ଧାନ ଖୀର ଖାଇବା ସମୟରେ ପୋକ ଆକ୍ରାନ୍ତ କରିଥିବାରୁ ଅମଳ କମିବା ଆଶଂକା ଦେଖା ଦେଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୫୯୦୦ ହେକ୍ଟର ଜମିରେ ଧାନଚାଷ ହୋଇଛି। ଅନୁକୂଳ ବାତାବରଣ ଯୋଗୁଁ ଭଲ ଅମଳ ହେବା ନେଇ ଆଶା କରାଯାଇଥିଲା। କିନ୍ତୁ ବିଭିନ୍ନ ଅଞ୍ଚଳର ଏକର ଏକର ଜମିରେ ପୋକ ଲାଗି ଧାନ ଗଛ ନଷ୍ଟ ହେବାରେ ଲାଗିଛି। ଖବରପାଇ କୃଷୀ କର୍ମଚାରୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୋକ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଯେଉଁ ସବୁ ଅଞ୍ଚଳରେ ଧାନ ପକ୍ବ ହେବା ପୂର୍ବରୁ ପୋକର ଆକ୍ରାନ୍ତ ହୋଇଛି ସେହି ଅଞ୍ଚଳରେ ଅମଳ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ପ୍ରଭାବିତ ଚାଷୀଙ୍କୁ କ୍ଷତି ପୂରଣ ବାବଦରେ କୃଷି ବୀମା କିମ୍ବା ଅନ୍ୟ କୌଣସି ତ୍ୱରିତ ସହାୟତାର ବ୍ୟବସ୍ଥା ନଥିବା ବେଳେ ରବି ଚାଷ ସମୟରେ ପ୍ରଭାବିତ ଚାଷୀଙ୍କୁ ମାଗଣା ବିହନ ସହ ସାର ଓ ଔଷଧ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅ
ଚାଷୀଙ୍କ ଉପରେ ପୁଣି ଏକ ଦୁର୍ବିପାକ ଦାଉ ସାଧିଛି। ବର୍ଷାର ଅନିୟମିତତା ସାଙ୍ଗକୁ କେତେବେଳେ ବାତ୍ୟାର ପ୍ରଭାବ ତ କେତେବେଳେ ମରୁଡି କ୍ଷତିଗ୍ରସ୍ତ କରୁଛି ଚାଷୀଙ୍କୁ, ଏବେ ପୁଣି ଚକଡା଼ ପୋକ ଅମଳ ଉପରେ ପ୍ରଭାବିତକରିଛି। ତେବେ ଏଠି ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଦୃଢ କରିବା ପାଇଁ ସରକାରଙ୍କ ସହଯୋଗ ଜରୁରୀ ହୋଇଛି।


