ଧାନ କିଣାରେ ଅନିୟମିତତା ଯୋଗୁଁ ଧାନ କିଣା ବନ୍ଦ କଲେ ଚାଷୀ

ଘଟଗାଁ,(ନାରାୟଣ ପଲାଇ):ବିଭିନ୍ନ ସ୍ଥାନରେ ଥିବା ଧାନମଣ୍ଡି ମାନଙ୍କରେ କୃଷକମାନେ ନିଜର ଧାନ ବିକ୍ରି କରିବାରେ ସବୁ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି । ଏପରିକି କିଛି ମଣ୍ଡିରେ କୃଷକମାନଙ୍କ ଅପେକ୍ଷା ବେପାରି ମାନଙ୍କୁ ଲ୍ୟାମ୍ପ କର୍ମଚାରୀ ମାନେ ଗୁରୁତ୍ୱ ଦେଇ ସେମାନଙ୍କ ଧାନ ପ୍ରଥମେ କିଣା ଯାଉଥିବା ଅଭିଯୋଗ ବାରମ୍ବାର ସାମ୍ନାକୁ ଆସୁଛି । ଠିକ୍ ସେହିଭଳି ବିଗତ କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ସେବା ସମବାୟ ସମିତି ଅଧିନସ୍ଥ ଘଟଗାଁ ଲ୍ୟାମ୍ପ୍‌ରେ ଦେଖିବାକୁ ମିଳୁଛି । ଚାଷୀଙ୍କ ପାଇଁ ଖୋଲାଯାଇଥିବା ଧାନମଣ୍ଡୀରେ ଲ୍ୟାମ୍ପ ଏମ.ଡି ଅକ୍ଷୟ ମହାନ୍ତ ନିଜ ଇଚ୍ଛାରେ ମନମୁତାବକ ଧାନ କିଣୁଛନ୍ତି । ତାସହିତ ଚାଷୀଙ୍କ ଧାନ କିଣା ତାରିଖକୁ ଅଦଳବଦଳ କରି ବେପାରି ମାନଙ୍କ ଧାନ କିଣି ଟାର୍ଗେଟ ସମ୍ପୁର୍ଣ୍ଣ କରିଦେଉଛନ୍ତି । ଯାହାଫଳରେ ଚାଷୀ ଧାନ ମଣ୍ଡିରେ ଧାନ ବିକିବାରେ ନାନାଦି ଅସୁବିଧାର ସମ୍ମୁଖିନ ହେବା ସହିତ ବାହାରେ ବେପାରି ମାନଙ୍କୁ କମ୍ ଦରରେ ବିକ୍ରି କରୁଛନ୍ତି ।
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ଚାଷୀ ମାନଙ୍କ ଧାନକୁ ଉଚିତ ମୁଲ୍ୟରେ ବିକ୍ରୟ ପାଇଁ ଚାରିଟି ଜାଗା ଘଟଗାଁ, ଢେଙ୍କିକୋଟ, ପଣ୍ଡାପଡା ଓ ପିପିଳିଆ ଠାରେ ମଣ୍ଡି ଖୋଲା ଯାଇଛି । ତେବେ ଚଳିତ ବର୍ଷ ଧାନ କିଣାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ଚାଷୀଙ୍କ କହିବା ଅନୁସାରେ ଏଠାକାର ଏମ୍‌.ଡି ମହାଶୟ ତାଙ୍କ ଉଚ୍ଛା ମୁତାବକ କାମ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ବର୍ତମାନ ସୁଧା ଢେଙ୍କିକୋଟ୍ ଲ୍ୟାମ୍ପର ଚାରୋଟି ଢେଙ୍କିକୋଟ, ଘଟଗାଁ, ପିପିଳିଆ ଓ ପଣ୍ଡା ଚାରୋଟି ମଣ୍ଡିରେ ୮୫ ହଜାର କ୍ୱିଂଟାଲର ଟୋକନ୍ ବାହାରିଛି । ସେଥିମଧ୍ୟରୁ ଗତକାଲି (ତା ୦୯ ଫେବୃଆରୀରେ) ଘଟଗାଁ ଲ୍ୟାମ୍ପରେ ୨୨୦୦ କ୍ୱିଂଟାଲ୍ ଧାନ କିଣାହେବା କଥା କିନ୍ତୁ ଏମ୍‌.ଡି ଅକ୍ଷୟ କୁମାର ମହାନ୍ତ ତାହା ନକରି ଗତକାଲି ଢେଙ୍କିକୋଟ୍ ଲ୍ୟାମ୍ପରେ ୨୨୦୦ କ୍ୱିଂଟାଲ୍ ଧାନ କିଣିଦେଇଛନ୍ତି । ଯାହାଫଳରେ ଗତକାଲି ଘଟଗାଁ ଲ୍ୟାମ୍ପରେ ଯେଉଁ ଚାଷୀ ମାନେ ଧାନ ବିକିବା କଥା ସେମାନେ ଆଉ ବିକିପାରିବେ ନାହିଁ ବୋଲି ଜାଣିବା ପରେ ସେହିଚାଷି ମାନେ ଆଜି ଘଟଗାଁ ଲ୍ୟାମ୍ପରେ ଧାନ କିଣା ବନ୍ଦ କରିଛନ୍ତି । ତାସହିତ ଗତ ୦୯ ଫେବୃଆରୀରେ ବିକ୍ରି ହେବାକୁ ଥିବା ଚାଷୀମାନଙ୍କର ଧାନ ପ୍ରଥମେ ନକିଣା ଗଲେ ସମ୍ପୁର୍ଣ୍ଣ ଧାନ କିଣା ବନ୍ଦ କରାଯାଉ ବୋଲି ପ୍ରକାଶ କରିଛନ୍ତି । ଯାହାଫଳରେ ଢେଙ୍କିକୋଟ୍ ଲ୍ୟାମ୍ପ ଏମ୍‌ଡି ଅକ୍ଷୟ କୁମାର ମହାନ୍ତ ଘଟଣା ସ୍ଥଳରେ ପହଂଚି ଚାଷୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଚାଷି ଏମ୍‌ଡିଙ୍କ କଥାକୁ ଆଦୌ କର୍ଣ୍ଣପାତ କରିନଥିଲେ । ଅନ୍ୟପକ୍ଷରେ ଏନେଇ ଆମେ ଢେଙ୍କିକୋଟ୍ ଲ୍ୟାମ୍ପ ଏମ୍‌ଡିଙ୍କୁ ପଚାରିବାରୁ ଏମ୍‌ଡିଙ୍କ କହିବା ଅନୁସାରେ ଚାରୋଟି ମଣ୍ଡିରେ ୮୫ ହଜାର କ୍ୱିଂଟାଲର ଟୋକନ୍ ବାହାରିଛି । କିନ୍ତୁ ଆମକୁ ୪୨ ହଜାର କ୍ୱିଂଟାଲ୍ ଧାନ କିଣିବା ପାଇଁ ଆଲର୍ଡମେଂଟ ଦିଆଯାଇଛି । ଯାହାଫଳରେ ଯେଉଁ ୪୩ ହଜାର କ୍ୱିଂଟାଲ୍ ଫଛୁଆ ହୋଇ ଚାଲିଛି ସେଥିମଧ୍ୟରୁ କିଛି ଲୋକଙ୍କ ଟୋକନ୍ କଟିଯାଇଛି । ଯାହାଫଳରେ ଏଭଳି ଅସୁବିଧା ହେଉଥିବା କହି ନିଜ ଉପରୁ ଦୋଷ ଛଡାଇ ନେଇଥିଲେ । ତେବେ ପ୍ରକୃତରେ ଏଠାକାର ଏମ୍‌ଡି ମହାଶୟ ଧାନ କିଣା ତାରିଖକୁ ଅଦଳବଦଳ କରି ବେପାରି ମାନଙ୍କ ଧାନକୁ କିଣି ଟାର୍ଗେଟ ସମ୍ପୁର୍ଣ୍ଣ କରିଦେଉଛନ୍ତି ବୋଲି ଚାଷି ଅଭିଯୋଗ କରୁଛନ୍ତି । ତେବେ ଢେଙ୍କିକୋଟ ଲ୍ୟାମ୍ପ ଏମ୍ .ଡି ଙ୍କ ଏହିପରି କାର୍ଯ୍ୟ ସମ୍ପାଦନ ଶୈଳୀ କିଛି କିଛି ନୂଆ କଥା ନୁହେଁ । ଯେମିତିକି ଗତ କିଛି ଦିନ ପୂର୍ବରୁ ଢେଙ୍କିକୋଟ ଧାନମଣ୍ଡୀରେ ଧାନ କିଣିବା ବାରିଥିଲା । ମାତ୍ର ବିଗତ ଧାନ କିଣିବା ବାରି ମାନଙ୍କରେ ଉପଯୁକ୍ତ ମାସ ନଥିବା ହେତୁ ଶେଷଥର ପାଇଁ ଜାନୁଆରୀ ୧ ତାରିଖ ରେ ବିକ୍ରି ତାରିଖ ଥିବା ୧୦ ଜଣ ଚାଷୀଙ୍କ ଧାନ କିଣା ଯାଇଥିବା ବେଳେ ଆହୁରି ୪୮ ଜଣ ଚାଷୀଙ୍କ ଧାନ କିଣା ଯାଇନଥିଲା । ମାତ୍ର ହଠାତ୍ ଜାନୁଆରୀ ୫ ତାରିଖରେ ବିକ୍ରି ତାରିଖ ଥିବା ଚାଷୀ ମାନଙ୍କ ଧାନ କିଣା ଯିବାରୁ ସେଠାରେ ୧ ତାରିଖରେ ବିକିଥିବା କୃଷକମାନେ ପହଁଚି ତାଙ୍କ ଧାନ କିଣିବାକୁ ଅଡି ବସିବାରୁ ସେଠାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା । ଏପରିକି ଏମ.ଡି କୃଷକ ମାନଙ୍କୁ ଦୁର୍ବ୍ୟବହାର କରିବାରୁ ଉତକ୍ଷିପ୍ତ ହୋଇ କୃଷକ ମାନେ କିଛି ସମୟ ପାଇଁ ଲ୍ୟାମ୍ପ ମୁଖ୍ୟ ଫାଟକକୁ ତାଲା ପକାଇ ଦେବା ସହ ସମାଧାନ ପାଇଁ ଢେଙ୍କିକୋଟ ଫାଣ୍ଡିରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପରେ ଏଆରସିଓଙ୍କ ପ୍ରତିଶ୍ରୁତି ପରେ କୃଷକ ମାନେ ସେଠାରୁ ଚାଲିଯାଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ